ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡଘଡିର ଭୟ, ଜାରି ହେଲା ୟଲୋ ୱାର୍ଣ୍ଣିଂ

youtube

ଭୁବନେଶ୍ୱର : ଆଗାମୀ ୪ଦିନ ପାଇଁ ରାଜ୍ୟକୁ ବିଜୁଳି ଘଡଘଡିର ଭୟ । ଜାରି ହେଲା ୟେଲୋ ୱାର୍ଣ୍ଣିଂ । ବିଜୁଳି ଘଡଘଡି ସହ ପବନର ବେଗ ୩୦ରୁ ୪୦କିଲୋମିଟର ରହିପାରେ । ଆସନ୍ତାକାଲି ଅର୍ଥାତ ୭ ତାରିଖରେ ରାଜ୍ୟରେ ବିକ୍ଷିପ୍ତ ଭାବରେ ବିଜୁଳି ଘଡଘଡିର ଆଶଙ୍କା ଥିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପବନର ମଧ୍ୟ ସମ୍ଭାବନା ରହିଛି ।

ଏହାପରେ ୮ତାରିଖକୁ ଉତ୍ତର ଓଡିଶାର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଦକ୍ଷିଣ ଓଡିଶାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଏହାର ପ୍ରଭାବ ପରିଲକ୍ଷିତ ହେବ । ୯ତାରିଖରେ ଏହା ଧିରେ ଧିରେ କମି ଦକ୍ଷିଣ ଓଡିଶା ଅର୍ଥାତ ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ମାଲକାନଗିରିରେ ସିମୀତ ରହିବ । ୧୦ତାରିଖ ବେଳକୁ କେବଳ କୋରାପୁଟ ମାଲକାନଗିରିରେ ଏହାର ପ୍ରଭାବ ପରିଲକ୍ଷିତ ହେବା ସହ କେବଳ ଏହି ୨ଟି ଜିଲ୍ଲା ପାଇଁ ରହିଛି ୟେଲୋ ୱାର୍ଣ୍ଣିଂ ।

Leave A Reply

Your email address will not be published.