ଗଞ୍ଜାମ ଜିଲ୍ଲା ଅବକାରୀ ଗୋଇନ୍ଦା ବିଭାଗକୁ ପୁଣି ମିଳିଛି ବଡ଼ ସଫଳତା…

add-all

ବେଆଇନ ଗଂଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ

ବ୍ରହ୍ମପୁର : କନ୍ଦମାଳ ଜିଲ୍ଲା ସୀମନବାଡି ଗାଁ ରୁ ବଡ଼ଗଡ଼ ଥାନା ହରିପୁର ଗାଁ କୁ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ। କୌଣସି ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ଗୁଇନ୍ଦା ପକ୍ଷରୁ ବଡ଼ଗଡ଼ ଥାନା ଅଞ୍ଚଳରୁ ଏକ ମେକ୍ସ ପିକପ ଅଟୋରିକ୍ସା ରୁ ୯୧ କିଲୋ ଗଂଜେଇ ଜବତ କରିବା ଓ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭଗ। ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ଗାମ, ଜିଲୁ ବିଶୋଇ ଉପେନ୍ଦ୍ର ଗୌଡ଼, ହରିଗୁମା ଗ୍ରାମର ବିପିନି ଗୌଡ଼। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଅବକାରୀ ବିଭାଗ ତିନୋ ଟି ମୋବାଇଲ, ଗୋଟିଏ ଅଟୋରିକ୍ସା ଓ ୯୧ କିଲୋ ଗଞ୍ଜେଇ ଜବତ କରିଛି।ଜବତ ହୋଇଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀବିଭାଗ ପକ୍ଷ ରୁ କୁହାହାଯାଇଛି। ଅବକାରୀବିଭାଗ ପକ୍ଷରୁ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲଣକରା ଯଇଛି। ଏଠାରେ ସୂଚନା ଥାଉକି କନ୍ଧମାଳ ଜିଲ୍ଲା ରୁ ରୀତି ମତ ଚୋରା ଗଂଜେଇ ଚାଲାଣ ହେଉଛି ଯାହାକି ଗଞ୍ଜାମ ଜିଲ୍ଲା ଦେଇ ହେଉଥିବା ଅନେକ ନଜିର ରହିଛି l ମୁଖ୍ୟତଃ ରାଜ୍ୟ ବାହାରକୁ, ଏବେ କିଛି ଦିନ ତଳେ ନୟାଗଡ ଜିଲ୍ଲା ସରଣକୁଳ ଅଞ୍ଚଳକୁ ଚାଲାଣ ସମୟରେ ଖଲ୍ଲିକୋଟ ନିକଟସ୍ଥ ସାନ ଘାଟି ନିକଟରେ ଅବକାରୀ ଗୋଇନ୍ଦା ବିଭାଗ ଗାଡି ସହ ଗାଡି ଡ୍ରାଇଭର କୁ ଗିରଫ କରିଥିଲା l କନ୍ଧମାଳ ଅବକାରୀ ବିଭାଗ ଚେଇଁ ସୋଇଛି ବୋଲି ଆଲୋଚନା ହେଉଛି

ad-week
Leave A Reply

Your email address will not be published.