ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ

youtube

ବାଲେଶ୍ୱର: ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ । ବାଲେଶ୍ୱର ଏସପି ନିୟମ ଭାଙ୍ଗିଥିବା କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ନିଲମ୍ୱିତ ୫ କନଷ୍ଟେବଳ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । 

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ କନେଷ୍ଟବଳ ଅନିୟମିତ କାର୍ଯ୍ୟରେ ଲିପ୍ତ ଥିବା କଥା ଏସପିଙ୍କ ସାମନାକୁ ଆସିଥିଲା । ନିଲମ୍ବିତ କନେଷ୍ଟବଳମାନେ ସେଠାରେ ଭୋଜିଭାତ କରିବା ସହ ନିଶା ସେବନ କରୁଥିବା ଅଭିଯୋଗ ହୋଇଥିଲା । ଯେଉଁଥି ପାଇଁ ବାଲେଶ୍ୱର ଏସପି ସେମାନଙ୍କୁ ସସପେଣ୍ଡ କରିବା ସହ ଜଣେ ଡିଏସପିଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଥିବା ଖବରକୁ ବାଲେଶ୍ୱର ଏସପି ଆମ ପ୍ରତିନିଧିଙ୍କ ଜରିଆରେ ସ୍ପଷ୍ଟ କରିଛନ୍ତି । 

Leave A Reply

Your email address will not be published.