ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗାବୁଡି ଜଣେ ନିଖୋଜ

add-all

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ର ଓରାପଦର ଘାଟରେ ବାଲିମେଳା ଜଳ ଭଣ୍ଡାର ନଦୀ ରେ ଏକ ଦେଶୀ ଡଙ୍ଗା ରେ ନଦୀ ପାର ହେଉଥିବା ବେଳେ କାଳବୈଶାଖୀ ବର୍ଷା ପବନ ହେତୁ ଡଙ୍ଗାଟି ବୁଡି ଯିବାରୁ ଡଙ୍ଗାରେ ଥିବା ଶାଙ୍କା ପଲାସି ନାମକ ଜଣେ ବ୍ୟକ୍ତି ଜଳ ଭଣ୍ଡାର ରେ ବୁଡି ଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସ୍ଥାନୀୟ ଅଞ୍ଚଳର ସମାଜ ସେବୀ ଶ୍ରୀ ଅନନ୍ତ ଶିଶା ସୂଚନା ଦେଇଛନ୍ତି।ଏ ପର୍ଯ୍ୟନ୍ତ କୌଣସି ଉଦ୍ଧାର କାରି ଦଳ ପହଞ୍ଚି ନ ଥିବା ବେଳେ ନିଖୋଜ ବ୍ୟକ୍ତି ଜଣକ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ବାଟା ଗୁଡ଼ା ଗ୍ରାମ ର ଶୁକ୍ରା ପଲାସି ଙ୍କ ପୁଅ କୌ ଣସି ଏକ କାର୍ଯ୍ୟ ନିମନ୍ତେ ଓରାପଦର ଗ୍ରାମ କୁ ଯାଇ ଥିଲେ ଏବଂ କାମ ସାରି ଫେରୁଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଦୀର୍ଘଦିନ ହେବ ଓରାପଦର ଘାଟରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯିବା ନିମନ୍ତେ ଅଭିଯୋଗ କରିଆସୁଥିବା ବେଳେ ଏପର୍ଯ୍ୟନ୍ତ ସରକାର ଙ୍କ କୌ ଣସି ପଦକ୍ଷେପ ନେଉନଥିବା ସମାଜ ସେବୀ ଶ୍ରୀ ଅନନ୍ତ ଶିଶା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.