ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

youtube

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର । ଗରିବଙ୍କ ଘର ତିଆରି ସ୍ୱପ୍ନକୁ ସାକାର କରିବା ପାଇଁ ୨ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଗରିବ ଲୋକଙ୍କୁ ମାଗଣାରେ ବାଲି ଦିଆଗଲେ ସେମାନେ ଘର ଖଣ୍ଡେ ସହଜରେ ତିଆରି କରିପାରିବେ । ସେମାନଙ୍କୁ ପରମିଟ୍ ଇସ୍ୟୁ କରାଯିବ, ଯାହାଦ୍ବାରା ଗରିବ ଲୋକେ ବାଲି ମାଗଣାରେ ଆଣିପାରିବେ ।   ନଦୀ ଭିତରୁ ପଶି ବାଲି କାଢ଼ିବା ବନ୍ଦ ହେବ ।  ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ ।  ଏହା ନଷ୍ଟ ହେଉଛି । ତେଣୁ କେତେ ଓଜନର ବାଲି ଗାଡ଼ି ଯାଉଛି ।  ତେଣୁ ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି ।  ଏଥିସହ କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା, ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି , ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜିଖୋଜି ଦଣ୍ଡ ଦିଆଯିବ ।

Leave A Reply

Your email address will not be published.