କେଦାରନାଥ ଯାଉଥିବା ହେଲିକପ୍ଟର ରାଜପଥରେ ଜରୁରୀକାଳୀନ ଅବତରଣ

youtube

ଉତ୍ତରାଖଣ୍ଡ : କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ହେଲା ଏମର୍ଜେନ୍ସ ଲ୍ୟାଣ୍ଡିଂ । ଅବତରଣ ସମୟରେ  ଏକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି  । UCADA ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଜଣାଇଛି ।

ସୂଚନା ଅନୁଯାୟୀ, କେଦାରନାଥ ଦର୍ଶନ ପାଇଁ ଯାଉଥିବାବେଳେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ, ପାଇଲଟ ହେଲିକପ୍ଟରକୁ ରାଜପଥରେ ହିଁ ଅବତରଣ କରିଥିଲେ।  ଅବତରଣ ସମୟରେ କୌଣସି ମୃତାହତ ଥିବା ଖବର ନଥିବାବେଳେ କିନ୍ତୁ ଏକ ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ହେଲିକପ୍ଟରରେ ୨ଜଣ ପାଇଲଟଙ୍କ ସମେତ ଅନ୍ୟ ୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ପୋଲିସ ଦଳ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିବା ସହିତ ଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇଥିଲେ । ଅବତରଣ ସମୟରେ ସହ- ପାଇଲଟଙ୍କୁ ସାମାନ୍ୟ ଆଘାତ ଲାଗିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପଟେ ମେ ମାସ ୨୦୨୫ ମସିହାରେ  କେଦାରନାଥ ଧାମରେ ​​ଅବତରଣ କରିବା ସମୟରେ ଏକ ହେଲି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଋଷିକେଶରୁ କେଦାରନାଥ ଯାଉଥିଲା । ଏହା ପୂର୍ବରୁ ମଧ୍ୟ ମେ ୮ରେ ଗଙ୍ଗୋତ୍ରୀ ଧାମ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୂର୍ବ ସୂଚନାନୁଯାୟୀ ସେହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.