
ବାଲେଶ୍ଵର : ଟ୍ରେନ ଧକ୍କାରେ ଯୁବକ ମୃତ। ଅସାବଧାନତା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ । ବାଲେଶ୍ଵର ସହଦେବ ଖୁଣ୍ଟା ଅନ୍ତର୍ଗତ ଆନନ୍ଦ ବଜାର ଓଭର ବ୍ରିଜ ପାଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଇଷ୍ଟ କୋଷ୍ଟ ଏକ୍ସପ୍ରେସ ଧକ୍କାରେ ଯୁବକ ମୃତ । ମୃତ ଯୁବକଙ୍କ ପରିଚୟ ମିଳି ନାହିଁ । ସ୍ଥାନୀୟ ଲୋକେ କହିବା ମୁତାବକ ଯୁବକ ଜଣକ ଇୟର ଫୋନ୍ ଦେଇ କଥା ହୋଇ ଯାଇଥିବା ଅବସ୍ଥାରେ ଧକ୍କା ଦେଲା ଟ୍ରେନ୍ । ଘଟଣା ସ୍ଥଳରେ ଆର୍ ପି ଏଫ୍ ପହଞ୍ଚି ମୃତ ଶରୀର ଜବତ କରିବା ସହ ତଦନ୍ତ ଜାରି ରଖିଛି ।