ସୋନିଆ ଗାନ୍ଧୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

add-all

କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସିମଲାର ଆଇଜିଏମସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ସୋନିଆ ହିମାଚଳପ୍ରଦେଶର ସିମଲା ଅନ୍ତର୍ଗତ ଚାରବ୍ରାରେ ଥିଲେ। ସେଠାରେ ସେ ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

ଏକ ସ୍ଵତନ୍ତ୍ର ଡାକ୍ତରୀଦଳ ସୋନିଆଙ୍କ ଚିକିତ୍ସା କରୁଛନ୍ତି। ଅସୁସ୍ଥ ହେବାର କାରଣ କ’ଣ ତାହା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ସୋନିଆ ଛୁଟି କାଟିବାକୁ ଚାରବ୍ରାସ୍ଥିତ ଝିଅ ପ୍ରିୟଙ୍କାଙ୍କ ଘରକୁ ୩ ଦିନ ତଳେ ଯାଇଥିଲେ।

ad-week
Leave A Reply

Your email address will not be published.