ଆସିକା ଅପମିଶ୍ରଣ ଦେଶୀ ମଦର ହବ : ଜିଲ୍ଲାରୁ ଅନ୍ୟ ଜିଲ୍ଲା କୁ ବେଧଡକ ହେଉଛି ଚାଲାଣ…!

ମାଫିଆ ମାନଙ୍କ ଆଶ୍ରିବାଦ ରେ ବାବୁ ମାନେ ଜଣେ ଜଣେ କୁବେର..!

youtube

ଆଉ ଏକ ବିଷାକ୍ତ ମଦ ମୃତ୍ୟୁ ର ବିଭୀଷିକା କୁ ଅପେକ୍ଷା କରିଛି କି ଅବକାରୀ ବିଭାଗ……? !
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ଦେଶୀ ମଦ ପ୍ରସ୍ତୁତ ହୋଇ ଅନ୍ୟ ଜିଲ୍ଲାରେ ବହୁଳ ଭାବେ ଚାଲାଣ ହେଉଛି ବୋଲି ଅଭିଯୋଗ ହେଉଛି। ଆସିକା ଅଞ୍ଚଳ ରେ ୟୁରିଆ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ କରି ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରାଯାଉଛି। ଏହି ଅପମିଶ୍ରଣ ପୋଚରେ ଦେଶୀ ମଦ ନାମ ନଥିବା ପାଉଚ ଖୋଲା ଦେଶୀ ମଦ ଗଞ୍ଜାମ ଜିଲ୍ଲାରୁ ନୟାଗଡ, ଗଜପତି ଓ ଅନ୍ୟ ଜିଲ୍ଲାକୁ ରୀତିମତ ଚୋରା ଚାଲାଣ ହେଉଥିବା ନଜିର ରହିଛି। ଗତ ଏକ ସପ୍ତାହ ପୂର୍ବେ କନ୍ଧମାଳ ଜିଲ୍ଲାରୁ ବହୁ ପରିମାଣର ଗଞ୍ଜେଇ ଗଞ୍ଜାମ ଜିଲ୍ଲା ଦେଇ ନୟାଗଡ ଜିଲ୍ଲା କୁ ଯାଉଥିବା ବେଳେ ସାନ ଘାଟି ନିକଟରେ ଅବକାରୀ ବିଭାଗ ହାତରେ ଧରା ପଡିଥିଲା।ବରଗଡ଼ ଓ ଛତିଶ ଗଡ଼ ଅଞ୍ଚଳରୁ ଆସିକା ଅଞ୍ଚଳ କୁ କିଛି ମଦ ମାଫିଆ ମାନେ ସ୍ପିରିଟ ଆଣି ଦେଶୀ ମଦ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହୋଇ ଆସୁଛି। ଏହି ଅପମିଶ୍ରଣ ମଦ ବ୍ୟବସାୟ କରି କୋଟି କୋଟି ଟଙ୍କାର ମାଲିକ ହୋଇଥିଲେ ବି ଆଜି ସୁଦ୍ଧା ନାଁ ଭିଜିଲାନ୍ସ ନାଁ ଇଡ଼ି କାହାର ଛାଇ ମଧ୍ୟ ପଡ଼ିନଥିବା ଆଲୋଚନା ହେଉଛି। ଅପରାଧତତ୍ତ୍ୱ ମାନଙ୍କୁ ମାଉଜର ଦେଇ ଏହି ଅପମିଶ୍ରଣ ମଦ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ମଦ ଚାଲାଣ ହେଉଥିବା ନାମୀ ଦାମୀ ଗାଡ଼ିର ନମ୍ବର ବାବୁ ମାନଙ୍କ ପାଖରେ ରହିଥିବା ଯୋଗୁଁ ବାବୁ ମାନଙ୍କ ସେହି ଗାଡ଼ି ଗୁଡ଼ିକ ଦେଖି ନ ଦେଖିଲା ଭଳି ଅଭିନୟ କରୁଥିବା ଆଲୋଚନା ମଧ୍ୟ୍ୟ ହେଉଛି। ସୂଚନା ଥାଉକି ଏକ ନିର୍ଦ୍ଧିଷ୍ଟ ଗାଡି ରୀତିମତ ଏହି ଅପମିଶ୍ରଣ ମଦ ଯେଉଁଥିରେ କୌଣସି ନାମ ନଥାଇ ନୟାଗଡ ଜିଲ୍ଲା କୁ ଚାଲାଣ ହେଥିବାକୁ ନେଇ ଗଣ ମାଧ୍ୟମ ରେ ଖବର ପ୍ରକାଶ ପରେ ନୟାଗଡ ପୋଲିସ ଚେଇଁ ଉଠିଛି ବାହାର ଜିଲ୍ଲା ଦେଇ ନୟାଗଡ ଜିଲ୍ଲା କୁ ସଂଯୋଗ କରୁଥିବା ରାସ୍ତା ରେ ଏଟ୍ରୋଲିଙ୍ଗ କଡାକଡି କରିଥିବା ଦେଖିବାକୁ ମିଳୁଛି l କିନ୍ତୁ ଗଞ୍ଜାମ ପୋଲିସ ଏବଂ ଅବକାରୀ ବିଭାଗ ଚେଇଁ ଶୋଇଛି ବୋଲି ଚର୍ଚ୍ଚା ହେଲାଣି l କିଛି ମଦ ମାଫିଆ ପୂର୍ବରୁ ବିଜେଡ଼ି ଦଳରେ ଥାଇ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲେ ଏବେ ବିଜେପି କୋଳରେ ବସି ବ୍ୟବସାୟ ଅତି ସୁରୁଖୁରୁରେ ପ୍ରଶାସନ କୁ ହାତ ବାରିସୀ କରି ଚଲାଉଥିବା ଦେଖିବାକୁ ମିଳିଲାଣି l ଗଞ୍ଜାମ ପୋଲିସ ପ୍ରଶାସନ ର ଜ୍ଞାତ ସାରରେ ଏପରି ଅପମିଶ୍ରଣ ଚୋରା ମଦ ଚାଲାଣ ହେଉଛି ବୋଲି ଖଟି ରେ ଚର୍ଚ୍ଚା l ଅବକାରୀ ବିଭାଗ ଏହି ଅପମିଶ୍ରଣ ମଦ ପ୍ରସ୍ତୁତି ଉପରେ କେବେବି ଚଢ଼ାଉ କିମ୍ବା ଯାଞ୍ଚ କରିବା ର ନଜିର ବି ନାହିଁ l ସୂଚନା ଥାଉକି ବାବୁ ମାନେ ଏହି ମାଫିଆ ମାନଙ୍କ ଆଶ୍ରିବାଦ ରେ ଜଣେ ଜଣେ କୁବେର l ତେଣୁ ଅଭିଯୋଗ କରିବେ କାହାକୁ କଥା ରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ l ତେଣୁ ରାଜ୍ୟ ଆଉ ଏକ ବିଷାକ୍ତ ମଦ ମୃତ୍ୟୁ ର ବିଭୀଷିକା ଆଡକୁ ଗତି କଲାଣି କହିଲେ କିଛିବି ଭୁଲ ହେବ ନାହିଁ l

Leave A Reply

Your email address will not be published.