କରୋନା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍‌, ୨୪ ଘଣ୍ଟାରେ ୬ ମୃତ

add-all

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଡରାଇବାକୁ ଲାଗିଲାଣି। କରୋନାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୦୦୦ ପାର୍‌ ହୋଇଛି। ରବିବାର ସକାଳ ୮ଟାସୁଦ୍ଧା ମୋଟ୍‌ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୧୩୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୭୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୬ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ହୋଇଛି। କର୍ଣ୍ଣାଟକରୁ ୨, କେରଳରୁ ୩ ଏବଂ ତାମିଲନାଡ଼ୁରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କେରଳ ଏବେ ବି ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ଏଠାରେ ମୋଟ୍‌ ୧୯୫୦ ସଂକ୍ରମିତ ରହିଛନ୍ତି।

ad-week
Leave A Reply

Your email address will not be published.