ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦର ବନ୍ୟା…!,ମଦ ମୃତ୍ୟୁ କୁ ଅପେକ୍ଷା କରିଛି କି ପ୍ରଶାସନ.…!!

ତୁଚ୍ଛା ରେ ଏଣ୍ଡୁଅ ଏଠି ବଦନାମ…!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଜିଲ୍ଲା ପ୍ରଶାସନ ଚେଇଁ ଶୋଇଛି। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର, ଶେରଗଡ଼, ଆସିକା, ଚିକିଟି, ଦିଗପହଣ୍ଡି ଆଦି ଅଞ୍ଚଳ ରେ ଅପମିଶ୍ରଣ ମଦ ପ୍ରସ୍ତୁତ ଏବେ ବି ଜୋରଦାର ଚାଲିଛି ବୋଲି ଅଭିଯୋଗ ଆସୁଛି। ମହୁଲ ନାଁ ରେ କେବଳ ଦେଶୀ ମଦ ପ୍ରସ୍ତୁତ ହେଉଛି ବୋଲି କେବଳ କାଗଜ କଲମରେ ସୀମିତ। ଅବକାରୀ ବିଭାଗ କିଛି ଅଧିକାରୀଙ୍କ ଜାଣତ ରେ ଅପମିଶ୍ରଣ ମଦ ତିଆରି ପାଇଁ ଫିକ୍ସ ହୋଇଥିବା ଆଲୋଚନା ହେଉଛି। ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତ ପାଇଁ ୟୁରିଆ ଓ ରାସାୟନିକ ପଦାର୍ଥ ମିଶ୍ରଣ କରି ମଦ ପ୍ରସ୍ତୁତ ହେଉଥିବା ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଉଛି। ଏହି ଅପମିଶ୍ରଣ ମଦକୁ ନିଜ ଅଞ୍ଚଳ ରେ ବିକ୍ରି ନକରି ଅନ୍ୟ ଜିଲ୍ଲାକୁ ଚାଲାଣ କରାଯାଉଛି। ମଦ ମାଫିଆ ମାନଙ୍କ ସହ ସ୍ଥାନୀୟ ରାଜନେତା ମାନଙ୍କ ସହ ସୁସମ୍ପର୍କ ରହୁଥିବା ଯୋଗୁଁ ଆଜି ଏଭଳି ଅପମିଶ୍ରଣ ମଦ ବହୁଳ ଭାବେ ପ୍ରସ୍ତୁତି ହେଉଥିବା ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସ୍କ୍ୱାଡ଼ ଗଠନ କରି ଅଚାନକ ଚଢ଼ାଉ କଲେ ପୋଚରେ କେଉଁ କେଉଁ ସାମଗ୍ରୀ ମିଶ୍ରଣ କରି ଏହି ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଛି ତାହାର ଗୁମର ଖୋଲିବ ବୋଲି ସାଧାରଣ ରେ ଅଭିଯୋଗ ହେଉଛି। ଲେବ୍ରୋଟରି ରେ ପୋଚ ସାମ୍ପୁଲ ଟେଷ୍ଟିଙ୍ଗ କଲେ ବାବୁ ମାନଙ୍କ ଅସଲ ମୁଖା ଖୋଲିବ। ଅବକାରୀ ବିଭାଗ ର ସାଧାରଣ କର୍ମଚାରୀ ବି ଜଣେ ଜଣେ କୁବେର ବୋଲି ଚର୍ଚ୍ଚା ହେଉଛି l ଭିଜିଲାନ୍ସ ବିଭାଗ ଜିଲ୍ଲାରେ ସୁପ୍ତ କହିଲେ କିଛିବି ଭୁଲ ହେବ ନାହିଁ l ଆଉ ରହିଲା ଅବକାରୀ ବିଭାଗ କଥା ଏମାନେ ହେଉଛନ୍ତି ଭିଜିଲାନ୍ସ ବିଭାଗର ଗେଲ୍ହା ପୁଅ ବୋଲି ଏବେ ସାଧାରଣ ରେ ଚର୍ଚ୍ଚା l ବର୍ତ୍ତମାନ ମୁଖ୍ୟତଃ ଜିଲ୍ଲାର ଆସିକା ଅପମିଶ୍ରଣ ମଦ ର ହବ ବୋଲି ସାଧାରଣ ରେ ଚର୍ଚ୍ଚା, ବିଶେଷ ସୂତ୍ରରୁ ଖବର ମିଳୁଛି ଆସିକା ରୁ ପଡୋଶୀ ଜିଲ୍ଲା ନୟାଗଡ କୁ ରୀତିମତ ଏହି ଅପମିଶ୍ରଣ ମଦ ଏକ ପିକପ ଗାଡ଼ିରେ ଚୋରା ଚାଲାଣ ହେଉଥିବା ଖବର ନୟାଗଡ ପୋଲିସ ପାଖରେ ପହଞ୍ଚିଛି ଯାହା ଫଳରେ ଜିଲ୍ଲା ଭିତରକୁ ପ୍ରବେଶ କରୁଥିବା ସମସ୍ତ ରାସ୍ତା କୁ ନୟାଗଡ ପୋଲିସ ନଜର ରଖିଛି l କିନ୍ତୁ ଏଥିରେ ସନ୍ଦେହ ନାହିଁ ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯିବ l ସେ ଯାହାବି ହେଉ ଆଗାମୀ ଦିନରେ ପୁଣି ଏକ ବିଷାକ୍ତ ମଦ ମୃତ୍ୟୁ ର ଭିବିଶିକା ଦେଖିବା କୁ ଆଉ ବେଶୀ ଦିନ ନୁହଁ l କେବଳ ଗଞ୍ଜାମ ଜିଲ୍ଲା ନୁହଁ ଏଠାରୁ ଚାଲାଣ ହେଉଥିବା ଅନ୍ୟ ଜିଲ୍ଲା ବି ଏହି ଦୃଶ୍ୟ ଦେଖିବ l ଅପମିଶ୍ରଣ ବିଷାକ୍ତ ମଦ ମୃତ୍ୟୁ କୁ ପୋଲିସ ଯେତେ ଲଚାଇଲେ ବି ଦିନେନାଦିନେ ଲୋକୋ ଲୋଚନ କୁ ଆସିବ କେବଳ ସମୟ କୁ ଅପେକ୍ଷା l ଏଠାରେ ଗୋଟିଏ କଥା ସ୍ପଷ୍ଟ ଅବକାରୀ ବିଭାଗ କ୍ଷୀର ପିଇଲା ବେଳେ ସିଂଘ ଧରୁଛି ପୋଲିସ, ତୁଚ୍ଛା ଟାରେ ଏଣ୍ଡୁଅ ଏଠାରେ ବଦନାମ….

ad-week
Leave A Reply

Your email address will not be published.