ଟ୍ରମ୍ପଙ୍କୁ ନିଶାଣ କଲେ ବିଲାଓ୍ବଲ- କହିଲେ ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା ଦାୟୀ

add-all

ଅପରେସନ ‘ସିନ୍ଦୂର’ ପରେ ନିଜ ଦେଶର ପକ୍ଷର ରଖିବା ଲାଗି ଆମେରିକାରେ ପହଞ୍ଚିଥିବା ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାଓ୍ବଲ ଭୁଟ୍ଟୋ ଆମେରିକାର ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଶାଣ କରି ପାକିସ୍ତାନରେ ଆତଙ୍କବାଦୀ ବୃଦ୍ଧି ପାଇଁ ଆମେରିକା ଦାୟୀ ବୋଲି କହିଛନ୍ତି।

ବିଲାଓ୍ବଲ କହିଚନ୍ତି, ଆମେରିକା ଯେଉଁଭଳି ଭାବେ ଆଫଗାନିସ୍ତାନରୁ ତରବରିଆ ଭାବେ ବାହାରିଗଲା, ସେହି ସମୟରେ ଅନେକ ସମ୍ବେଦନଶୀଳ ଅସ୍ତ୍ରଶସ୍ତ୍ର ସେଠାରେ ଛାଡ଼ି ଆସିଲା। ଏହି ଅସ୍ତ୍ରଶସ୍ତ୍ର ଏବେ ଆତଙ୍କବାଦୀଙ୍କ ହାତରେ ଲାଗିଛି। ଆତଙ୍କବାଦୀମାନେ ଏହାକୁ ପାକିସ୍ତାନ ବିରୋଧରେ ବ୍ୟବହାର କରୁଛନ୍ତି। ଏହାଦ୍ଵାରା ପାକିସ୍ତାନକୁ ବହୁ କ୍ଷତି ସହିବାକୁ ପଡ଼ୁଛି।

ଆମେରିକା ଏବଂ ତା’ର ଭୂରାଜନୈତିକ ପରିସ୍ଥିତି ପାକିସ୍ତାନର ଅନ୍ତରୀଣ ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବିଲାଓ୍ବଲ କହିଛନ୍ତି। ବିଲାଓ୍ବଲଙ୍କ ଏପରି ମନ୍ତବ୍ୟ ପରେ ଦୁଇ ଦେଶ ମଧ୍ୟରେ କୁଟନୈତିକ ସ୍ତରରେ ପୁନର୍ବାର ଉତ୍ତେଜନା ଦେଖାଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.