ମହାପ୍ରଭୁଙ୍କ ମହାସ୍ନାନ ନୀତି ସମ୍ପନ୍ନ, ଶ୍ରୀଜିଉଙ୍କ ଦିବ୍ୟ ଦର୍ଶନ କଲେ ଭକ୍ତ

youtube

ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ଚାରି ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ ହୋଇଛି । ସୁନା କୂଅରୁ ୧୦୮ ଗରା ପାଣି ଅଣାଯାଇ ମହାପ୍ରଭୁଙ୍କୁ ସେବାୟତମାନେ ମହାସ୍ନାନ କରାଇଛନ୍ତି ।

ମଙ୍ଗଳ ଆଳତି, ମଇଲମ, ଅବକାଶ ନୀତି ପରେ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ମା’ସୁଭଦ୍ରାଙ୍କୁ ସ୍ନାନ ମଣ୍ଡପରେ ୧୦୮ କଳସ ଜଳରେ ସ୍ନାନ କରାଯାଇଛି ।

ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ବଡ଼ ଭାଇ ଶ୍ରୀବଳଭଦ୍ରଙ୍କୁ ୩୩ ଗରା ଜଳରେ ସ୍ନାନ କରାଯାଇଛି। ସେହିପରି ଦେବୀ ମା’ ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ଜଳରେ ମହାସ୍ନାନ କରାଯାଇଛି।

ଶ୍ରୀଜିଉଙ୍କୁ ୧୦୮ ସୁବାଶିତ ଜଳରେ ସ୍ନାନ କରାଯିବା ପରେ ହାତୀବେଶରେ ସଜ୍ଜିତ କରାଯିବ । ଏହାପରେ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିଛନ୍ତି ।

ଶ୍ରୀଜିଉଙ୍କ ମହାସ୍ନାନ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପାଲିଙ୍କିରେ ବସି ସ୍ନାନ ମଣ୍ଡପରେ ପହଞ୍ଚିବେ ଏବଂ ଛେରାପହଁରା ନୀତି ପରେ ବିଧି ଅନୁଯାୟୀ ଆଳତି କରିବେ । ଏହାପରେ ଶ୍ରୀଜିଉମାନଙ୍କର ଗଜାନନ ବେଶ ଆରମ୍ଭ ହେବ।

Leave A Reply

Your email address will not be published.