ଡ଼ବଲ ଇଞ୍ଜିନ ସରକାର ଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ଼ ଦେଉଛି ଯନ୍ତ୍ରଣା…

youtube

କାର୍ଡ଼ ଥାଇବି ସଦାନନ୍ଦ ନାହାକ ଚିକିତ୍ସା ପାଇବାରୁ ବଞ୍ଚିତ……!
ବ୍ରହ୍ମପୁର: ବିଜେଡ଼ି ସରକାର ସମୟରେ ଲୋକେ ସ୍ୱାସ୍ଥ୍ୟ ସେବା ବିଭିନ୍ନ ରାଜ୍ୟରେ ପାଇ ପାରୁଥିଲେ। ନୂତନ ସରକାର ଗଠନ ପରେ ପୂର୍ବ ସରକାରଙ୍କ ବିଭିନ୍ନ ଯୋଜନା ର ନାଁ ପରିବର୍ତ୍ତନ ସାଙ୍ଗକୁ ରଙ୍ଗ ବଦଳେଇବାରେ କାର୍ଯ୍ୟ ଜୋରଦାର କରିଥିଲେ। ସେଥି ମଧ୍ୟରୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ଼ ହିତାଧିକାରୀ ମାନଙ୍କୁ ବଣ୍ଟନ କରାଯାଇଛି। ହେଲେ ଲୋକେ ସ୍ୱାସ୍ଥ୍ୟ ସେବା ପାଉଛନ୍ତି, ନାଁ ନାହିଁ ତାହାର ତଦାରଖ କିମ୍ବା ସଚେତନତା ର ଅଭାବ ଯୋଗୁଁ ରୋଗୀ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାହାର ନଗ୍ନ ନମୁନା ଆସିକା ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମର ସଦାନନ୍ଦ ନାହାକ ଆୟୁଷ୍ମାନ କାର୍ଡ଼ ଥାଇବି ଆଜି ଚିକିତ୍ସା ପାଇବାରୁ ବଞ୍ଚିତ ହୋଇଛନ୍ତି। ସଦାନନ୍ଦ କିଡ଼ନୀ ରୋଗରେ ଆକ୍ରାନ୍ତ ହେବା ପରେ ଆୟୁଷ୍ମାନ କାର୍ଡ଼ ଧରି ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ। ସେ କରଜ କରି ସାଙ୍ଗରେ ୨୫ ହଜାର ଟଙ୍କା ଓ ଆୟୁଷ୍ମାନ କାର୍ଡ଼ ଧରି ଯାଇଥିଲେ। ସେଠାରେ ଆୟୁଷ୍ମାନ କାର୍ଡ଼ରେ ବେଲେନ୍ସ ନାହିଁ କହିବା ସହ ସେ ସାଙ୍ଗରେ ନେଇଥିବା ଟଙ୍କାର ଚିକିତ୍ସା କରି ଡାକ୍ତର ଘରକୁ ପଠେଇ ଦେଇଥିଲେ। ଡ଼ବଲ ଇଞ୍ଜିନ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସେବା ପାଇଁ ମିଳିଥିବା ଆୟୁଷ୍ମାନ କାର୍ଡ଼ ରେ ବେଲେନ୍ସ ନାହିଁ ଶୁଣିବା ପରେ ବଞ୍ଚିବାର ଆଶା ଛାଡ଼ିଇଛନ୍ତି। ଅସହାୟ ହୋଇ ସରକାରୀ ବାବୁ ମାନଙ୍କୁ ଗୁହାରି କରି ବାର ଦ୍ୱାର ଶୁଣ୍ଢୀପିଣ୍ଢା ହୋଇ ବୁଲୁଥିବା ଦେଖିବାକୁ ମିଳିଛି। ଏନେଇ ଆସିକା ବିଡ଼ିଓ ଙ୍କୁ ଆୟୁଷ୍ମାନ କାର୍ଡ଼ ସମ୍ପର୍କ ରେ ଯୋଗାଯୋଗ କରିବା ବେଳେ ମେଡ଼ାମ ଫୋନ ରିସିଭ କରିନାହାନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଗରିବ ସଦାନନ୍ଦ କୁ ଚିକିତ୍ସା କରିବାକୁ ବରଗାଁ ବାସୀ ଦାବୀ କରିଛନ୍ତି।

Leave A Reply

Your email address will not be published.