ଦୂର୍ଘଟଣାରେ ୩ ଆହତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସିକିରି ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଦୂର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ବାଇକ୍ ଚାଳକ ହିଞ୍ଜିଳି ଥାନା ଗିରିଆ ଗ୍ରାମର ଜଗନ୍ନାଥ ପୋଲେଇ (୨୬), ସାଥି କବିସୂର୍ଯ୍ୟନଗର ଥାନା ପାଇକ ଯମୁନା ଗ୍ରାମର ବାଦଲ ଜେନା (୨୭) ଓ ସାଇକେଲ ଆରୋହୀ ହିଞ୍ଜିଳି ଥାନା ସିକିରି ଗ୍ରାମର ତୁଳସୀ ପଣ୍ଡା (୧୭)। ପ୍ରକାଶ ଯେ, ମଙ୍ଗଳବାର ସନ୍ଧ୍ୟାରେ ଗିରିଆ ଗ୍ରାମର ଜଗନ୍ନାଥ ଓ ସାଥି ବାଦଲ ଗିରିଆ ଗ୍ରାମରୁ ବାଇକ୍ (ଓଡି୦୭ଏୟୁ ୧୨୩୯) ଯୋଗେ ହିଞ୍ଜିଳିକାଟୁ ଯାଉଥିଲେ। ସିକିରି ଗ୍ରାମ ନିକଟରେ ଯାନ ନିୟନ୍ତ୍ରଣ ଫାଟକକୁ ଧକ୍କା ଦେବା ସହ ସମ୍ମୁଖରେ ସାଇକେଲ ଯୋଗେ ଯାଉଥିବା ଜଣେ ନାବାଳିକାଙ୍କୁ ଧକ୍କା ଦେଇଥିଲେ। ଦୂର୍ଘଟଣାରେ ୩ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘଟଣା ନେଇ ନାବାଳିକାଙ୍କ ବାପା ବଳରାମ ପଣ୍ଡା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର- ୪୫୯/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.