
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବିରମିତ୍ରପୁର ଥାନା ଅନ୍ତର୍ଗତ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ବୀର ବିର୍ଷା ମୁଣ୍ଡା ଵସଷ୍ଟାଣ୍ଡ ସମୁଖରେ ଗୋଟିଏ ୧୮ ଛକ୍କା ଲାଇନ ଟ୍ରକ ଓ ବାଇକ ଧକ୍କା ହେବା ଫଳରେ ବାଇକ ଚାଲକ ଉପରେ ଟ୍ରକ ଚଢି ଯିବାରୁ ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଥିଲା | ବିରମିତ୍ରପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ଘଟଣା ସ୍ଥଳରେ ପହୁଁଚି ଶବକୁ ଜବତ କରିବା ସହ ବେଵାଚ୍ଛେଦ କରିବା ପାଇଁ ପଠାଇ ଥିଲା ଓ ଲାଇନ ଟ୍ରକକୁ ଥାନାରେ ଅଟକ ରଖିଥିବା ଜଣା ପଡିଛି | ଏବଂ ମୃତକ ଅନ୍ଧାରି ପଞ୍ଚାୟତ ର ପ୍ରେମ ବାର୍ଲା ବଲି ଜଣା ପଡିଛି ! ପ୍ରେମ ଵାର୍ଲା ନିଜଘରୁ କିଛି କାମରୁ ନିଜ ବାଇକ ଯୋଗେ ବିରମିତ୍ରପୁର ଆସୁଥିଲେ | ବସଷ୍ଟାଣ୍ଡ ସମୁଖରେ ଗୋଟିଏ ଖଟାଲ ଥିବାରୁ ରାସ୍ତା ଉପରେ ମହିଷୀ ଯାଉଥିଲା ଯାହା ଫଳରେ ବାଇକ ଚାଳକ ନିଜର ଭାରସାମ୍ୟ ହରାଇ ମହିଷୀକୁ ଧକ୍କା ଦେଇ ରାସ୍ତା ଉପରେ ଛିଟିକି ପଡିଥିଲା ! ସେହି ସମୟରେ ଗୋଟିଏ ୧୮ ଛକ୍କା ଟ୍ରକ ପ୍ରେମ ଉପରେ ଚଢିଯାଇଥିଲା | ଯାହା ଫଳରେ ପ୍ରେମର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା | ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାଇ ରାସ୍ତାଲାଗି ଡ୍ରେନ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଅମୁଲ୍ୟ ଜୀବନ ଯାଉଛି | ସ୍ଥାନୀୟ ବାସିନ୍ଦା ୧୪୩ ଜାତୀୟ ରାଜପଥ କୁ ନେଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ! ତେବେ ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଏହି ରାସ୍ତାର ମରାମତି କରିବା ପାଇଁ ପଦକ୍ଷେପ ନେବେ | ଏହାକୁ ନେଇଁ ବୁଦ୍ଧିଜୀବୀ ମାହୋଲରେ ବେଶ ଚର୍ଚ୍ଚା ଧରିଛି |