ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ : ବେଆଇନ ବାଲି ଘାଟକୁ ନେଇ ବିବାଦ, ବୋମାମାଡ ସହ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ…


ହିଞ୍ଜିଳିକାଟୁ ୧୨!୬ ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି ଋଷିକୂଲ୍ୟା ନଦୀ। ପ୍ରଶାସନ ସହ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ବ୍ୟାପକ ବାଲି ଚୋରା ଚାଲାଣ । ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଶିକିରି ଓ ଖରିଡା ଗ୍ରାମ ଭିତରେ ବେଆଇନ ଭାବେ ରାସ୍ତା କରାଯାଇ ବଡ଼ବଡ଼ ମେସିନ ଲଗାଇ ନଦୀ ଶଯ୍ୟାରୁ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ଫଳରେ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ଯାହାଫଳରେ ସ୍ଥାନୀୟ ଲୋକେ ବାଲିମାଫିଆଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାପାଇଁ ଶାହସ ଜୁଟାଇପାରୁନାହାଁନ୍ତି । କାରଣ ପ୍ରଶାସନ ଓ ବାଲି ଲୁଟେରାଙ୍କ ମଧ୍ୟରେ ମଧୁର ସମ୍ପର୍କ, ଏଥିପାଇଁ ଅନେକ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ ।ଖରିଡା,ଗିରିଆ ଓ ଶିକିରି ବାଲି ଘାଟରୁ ବେଆଇନ ବାଲି ଉତ୍ତୋଳନ କୁ ନେଇ ବୋମାମାଡ ସହ ସଂଘବଦ୍ଧ ଆକ୍ରମଣ ରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଈଥିବା ରେକର୍ଡ କହୁଛି। ଏ ନେଇ ସୋସିଆଲ ମିଡ଼ିଆ ରେ ବୋମାମାଡ ଘଟଣା ଘୁରି ବୁଲୁଛି। ଋଷିକୂଲ୍ୟା ନଦୀ ମୁହାଣ ରେ ବାଲିଘାଟ ଯୋରଯା’ର ମୁଲକତାର ଚାଲୁଥିବା ଭଳି ଦେଖିବାକୁ ମିଳିଛି। ବେଆଇନ ଭାବେ ବାଲି ଚାଲାଣ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଦଲାଲ ମାନଙ୍କ ସ୍ବାର୍ଥରେ ଆଞ୍ଚ ଆସିଲେ ଜୀବନରୁ ମାରିଦେବା ଭଳି ଘଟଣା ଦେଖାଦେଇଛି। ଗଞ୍ଜାମ ଜିଲ୍ଲାରେ ରାଜନୈତିକ ଛତ୍ରଛାୟାରେ ବେଆଇନ ଲଘୁ ଖଣିଜ ସଂପଦ ଲୁଟ ସୀମା ଲଘିଂଛି । ପ୍ରତିଦିନ ରାତିର ଜହ୍ନ ଆଲୁଅରେ ନିଜର ପତିଆରା ଜାହିର କରି ଲୁଟି ନେଉଛନ୍ତି ହଜାର ହଜାର ସଂଖ୍ୟାରେ ଟ୍ରାକ୍ଟର ବାଲି ।ଶିକିରି ଋଷିକୂଲ୍ୟା ନଦୀ ମୁହାଣ ରେ ସକ୍ରିୟ ହୋଇ ଉଠିଛନ୍ତି ବାଲି ମାଫିଆ । ବଡ଼ ବଡ଼ ମେସିନ ସାହାଯ୍ୟର ଋଷିକୂଲ୍ୟା ଗର୍ଭରୁ ବାଲି ଉତ୍ତୋଳନ ଚାଲିଛି । ବାଲି ଖୋଳାଯାଇ ହାଇୱାରେ ଲୋଡିଂ କରାଯାଉଛି । ବାଲି ନେବା ପାଇଁ ଋଷିକୂଲ୍ୟା ନଦୀରେ ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କରାଯାଇଛି । ବାଲିଘାଟ ବିନା ଲିଜ୍ ଓ ବିନା ଟେଣ୍ଡରରେ ଋଷିକୂଲ୍ୟା ନଦୀ ଗର୍ଭରୁ ବାଲି ମାଫିଆ ଉଠାଇ ନେଉଛନ୍ତି ହଜାର ହଜାର ଟ୍ରିପ୍ ବାଲି । ସବୁ ଜାଣି ରାଜସ୍ଵ ବିଭାଗ ଚୁପ୍ ବସିଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ଵ ହରାଉଛନ୍ତି ସରକାର । ସେପଟେ ଗାଁ ରାସ୍ତାରେ ହାଇୱା ଚଳାଚଳ କରୁଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ବିରୋଧ କଲେ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଉଛନ୍ତି ବାଲି ମାଫିଆ । ବୋମା ପକାଇ ,ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ତେବେ ପ୍ରଶାସନ ଚୁପ୍ ରହୁଥିବାରୁ ବାଲି ଲୁଟ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ବେଆଇନ ବାଲି ଘାଟକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ବୋମାମାଡ ଓ ଆକ୍ରମଣ ରେ ଆହତ କୋୖଣସି ଲିଖିତ ଅଭିଯୋଗ କରିନଥିଵା ଜଣିପଡିଛି।ବେଳ ଥାଉ ଥାଉ ପ୍ରଶାସନ ସଜାଗ ନହେଲେ ଜଙ୍ଗଲ ରାଜ ଭଳି ପରସ୍ଥିତିର ସାମ୍ନା କରିବାକୁ ପଡିବ ବୋଲି ହିଞ୍ଜିଳି କଙ୍ଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢ଼ୀ କହିଛନ୍ତି।ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ଗଡ ହୋଇଥିବା ରୁ ଆଇନ ଶୃଙ୍ଖଳା ସ୍ଥିତି ଭଲ ଥିଲା। ବାଲି ମାଫିଆଙ୍କ ସହିତ ପୋଲିସ ମିଶି ଅରାଜକତା ବଢୁଛି । ପୋଲିସ ଘଟଣାସ୍ଥଳରୁ ୭ଗୋଟି ଟ୍ରାକ୍ଟର ଜବତ କରିଛି ହେଲେ ମାଫିଆଙ୍କୁ ଗିରଫ କରୁନାହାନ୍ତି । ଯେବେଠାରୁ ବିଜେପି ସରକାର ଆସିଛି ସେବେଠାରୁ ଓଡ଼ିଶାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।ପ୍ରତ୍ୟେକ ଦିନ ଗ୍ୟାଙ୍ଗ ରେପ୍ ସହିତ ହତ୍ୟା ଘଟଣା ବଢିବାରେ ଲାଗିଛି ।ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ତୁରନ୍ତ ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ଛନ୍ତି ଓ ଯିଏ ପଛରୁ ଉସୁକାଉଛନ୍ତି ତାଙ୍କ ବିରୋଧରେ କାର୍ୟ୍ଯାନୁଷ୍ଠାନ ଗ୍ରହଣ କରାଯାଉ ।ନହେଲେ ଆଗାମୀ ଦିନରେ ହିଞ୍ଜିଳିକାଟୁ ର ଯୂବବର୍ଗ ମାଫିଆଙ୍କ କବଳରେ ପଡ଼ି ନିଜର ଭବିଷ୍ୟତ ଅନ୍ଧାର ଭିତରେ ଗତିକରିବ ବୋଲି ସାଧାରଣରେ ଆଲୋଚନା ହେଉଛି।