
ମାଲକାନଗିରି,୧୨/୬ ମାଲକାନଗିରି ଆଇନ ଠୁ କେହି ଉର୍ଦ୍ଧ୍ବ ରେ ନୁହଁନ୍ତି ତାହା ଆଜି ପ୍ରମାଣିତ ହୋଇଛି । କିଛି ବର୍ଷ ପୂର୍ବେ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିଜ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିଲେ । ସଚିବ ଦେବନାରାୟଣ ପଣ୍ଡା ଙ୍କ ସ୍ତ୍ରୀ ଏହି ମାମଲାରେ ଜିଲ୍ଲାପାଳଙ୍କୁ ଦାୟୀ କରିଥିଲେ । ମାମଲାର ବିଚାର ଓଡିଶା ସର୍ବୋଚ୍ଚ ନ୍ୟାୟାଳୟ ରେ ଚାଲିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଆଜି ଏସଡ଼ିଜେଏମ୍ କୋର୍ଟରେ ହାଜର ହୋଇ ଜାମିନରେ ଯାଇଛନ୍ତି। ଆଜି ସକାଳୁ ସକାଳୁ ସେ କୋର୍ଟରେ ହାଜର ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ସେ ଏସଁଡିଜେଏମ କୋର୍ଟରେ ହାଜର ହୋଇଥିଲେ। ଏହି କୋର୍ଟରେ ୫୦ ହାଜର ଲେଖାଏଁ ଦୁଇଟି ମୂଲଚାଲିକାରେ ଶ୍ରୀ ଅଗ୍ରୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛି। ଶ୍ରୀ ଅଗ୍ରୱାଲଙ୍କ ଓକିଲ ନୃସିଂହ ମହାନ୍ତି ତାଙ୍କୁ ଆଜି ଜାମିନରେ ଛଡ଼ାଯାଇଥିବା ସ୍ପଷ୍ଟ କରିଥିଲେ। ଅନ୍ୟଦିଗରେ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପାତ୍ର ମନୀଷ ଅଗ୍ରୱାଲଙ୍କ ଗର୍ବ ଭାଙ୍ଗିଥିବା କହିଥିଲେ। ସେ ପ୍ରଶାସନିକ ଅଧିକାରି ଥିବା ବେଳେ ଲୋକଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲେ ବୋଲି ସେ ଅଭିଯୋଗ କରିଥିଲେ ।ଏବେ ସେ ଜାଣିଲେ ଯେ ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ଶ୍ରୀ ପାତ୍ର ଦୋହରାଇଥିଲେ।