ଆସିକା ରେ ବେଆଇନ ବାଲି ଚାଲାଣ କୁ ଲଗାମ ନାହିଁ : ନିଘୋଡ଼ ନିଦରେ ପ୍ରଶାସନ..!
କାହା ଇସାରାରେ ଜଗଦଲପୁର ଘାଟ ନିକଟସ୍ଥ ଘୁଣ୍ଟପଡା ରୁ ବାଲି ଉତ୍ତୋଳନ… ?

ନେତା.. ପ୍ରଶାସନ.. ଓ ମାଫିଆ ମାନଙ୍କ ମଧ୍ୟରେ ହୋଇଛି ବଡ଼ ଫିକ୍ସଙ୍ଗ…!

ପ୍ରଶାସନ ର ବାଲି ଘାଟ ଉପରେ ଡ୍ରନ୍ ଉଡାଣ ଧର୍ମକୁ ଆଖି ଠାର……!
ବ୍ରହ୍ମପୁର: ଆସିକା ସହର ଦେଇ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି।ରାଜସ୍ବ ବିଭାଗ ପକ୍ଷରୁ ଲିଜ ଦିଆଯାଇ ଥିବା କୌଣସି ଘାଟରୁ ବାଲି ଉତ୍ତୋଳନ ହେଉ ନାହିଁ କିନ୍ତୁ ଲିଜ ଦିଆଯାଇଥିବା କିଛି ଦୂରରୁ ନିକଟରେ ଥିବା ଋଷିକୁଲ୍ୟା ନଦୀ ଗର୍ଭକୁ ଆଖିବୁଜି ବିଦାରି ଚାଲିଛନ୍ତି ବାଲି ମାଫିଆ,ସରକାରୀ ଭାବେ ଲିଜ ଜଗଦଲପୁର ଘାଟ ଥିବା ବେଳେ ଘାଟ ନିକଟସ୍ଥ ଘୁଣ୍ଟୁପଡା ଗ୍ରାମରୁ ପେଶାଦାର ବାଲି ମାଫିଆ ବେଧଡ଼କ ଭାବେ ଦିନକୁ ସହ ସହ ଗାଡି ବାଲି ଉଠାଯାଉଛି ବୋଲି ଅନେକ ଅଭିଯୋଗ ଆସୁଛି କିନ୍ତୁ ପ୍ରଶାସନ ନିରବ। ସୂଚନା ଥାଉକି ଗହଙ୍ଗୁ, ଧନିଜା, ନର୍ସିଙ୍ଗପଲ୍ଲୀ ଓ ଜଗଦଳପୁର ବାଲି ଘାଟ ଏହି ସବୁ ବାଲି ଘାଟକୁ ସରକାର ଲିଜ ସୂତ୍ରରେ ଶାଗ ମାଛ ଦରରେ ଲିଜ ଦେଇଛନ୍ତି। ଘାଟ ଯେଉଁଠି ଅଛି ସେଠାରୁ ବାଲି ଉତ୍ତୋଳନ ହେଉନାହିଁ। ଘାଟରୁ ଅନତି ଦୂରରୁ ବାଲି ଗଚ୍ଛିତ କରି ବଡ଼ ବଡ଼ ଗର୍ତ୍ତ କରି ସେଠାରୁ ବେଧଡ଼କ ଜେସିବି ଦ୍ୱାରା ଖନନ କରି ହାଇୱା ଓ ଟିପର ବାଲି ଚାଲାଣ ହେଉଛି। ବାଲି ମାଫିଆ ମାନେ ନଦୀ ହିଡ଼କୁ କାଟିବା ସାଙ୍ଗକୁ ଜିଜର ଘାଟକୁ ଯିବା ପାଇଁ ନଦୀରେ ଅସ୍ଥାୟୀ ରାସ୍ତା ମଧ୍ୟ ନିର୍ମାଣ କରୁଥିବାର ନଜିର ରହିଛି। ସ୍ଥାନୀୟ ନେତା ଠାରୁ ରାଜସ୍ୱ ବିଭାଗ ଓ ଖଣି ବିଭାଗ ସହ ବାଲି ମାଫିଆ ମାନେ ହାତକୁ ହାତ ମିଶାଇ ଖୁଲାମ ଖୁଲା ଏହି ବ୍ୟବସାୟ କରୁଥିବା ଚର୍ଚ୍ଚା ହେଉଛି। ସୂଚନା ଥାଉକି ଆସିକା ଥାନା ଅଞ୍ଚଳ ଦେଇ ଗାଡି ଗୁଡ଼ିକରେ ଖୋଲାଖୋଲି ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ କିମ୍ବା ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡ଼ିକର ଆବଶ୍ୟକ କାଗଜପତ୍ର ଯାଞ୍ଚ ହେଉ ନ ଥିବା ଜଣାପଡିଛି। ଏପରିକି ଲଘୁ ଖଣିଜ ବିଭାଗର ଅଧିକାରୀ କିମ୍ବା ଆସିକା ଥାନା ପୋଲିସକୁ ମାଫିଆ ଗୋଷ୍ଠୀଙ୍କ ଆଦୌ ଖାତିର କି ଭୟ ନ ଥିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଣୁ ମାଫିଆ ଗୋଷ୍ଠୀ ବାଲି ଖାଦାନକୁ କବଜା କରିବା ପରେ ମନଭରି ବାଲି ଲୁଟ୍ କରି ବେଧଡକ ଭାବେ ଅନ୍ୟତ୍ର ଚାଲାଣ କରୁଥିବା ନିତିଦିନିଆ ଘଟଣା ପାଲଟିଛି। ପୁର୍ବରୁ ରାଜସ୍ବ ବିଭାଗ ଅଧିକାରୀ ଓ ପୋଲିସ ପକ୍ଷରୁ ବେଆଇନ ବାଲି ପରିବହନ ଉପରେ ଚଢାଉ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନି ବୋଧେ କିଛି ଭିତିରିଆ ଫିକ୍ସଙ୍ଗ ହୋଇଛି ବୋଲି ଖଟିରେ ଚର୍ଚ୍ଚା ହେଉଛି। ତଳ ଦିନେ ରାତ୍ର କାଳୀନ ପାଟ୍ରୋଲିଂ ବେଳେ ଆସିକା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରୁ ଚୋରା ଚାଲାଣରେ ଲିପ୍ତ ଥିବା ଗାଡ଼ି ଗୁଡ଼ିକ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା। ପୋଲିସ ବେଆଇନ ବାଲି ଓ ଗାଡ଼ି ଗୁଡ଼ିକର କାଗଜପତ୍ର ଯାଞ୍ଚ ମଧ୍ଯ କରୁଥିଲା। ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବା କାରଣରୁ ଚଢାଉ କରିବା ସକ୍ଷମ ହେଉନାହିଁ ବୋଲି ଖଣି ବିଭାଗ ଅଧିକାରୀ କହୁଛନ୍ତି। ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଜଳ ସମ୍ପଦ ବିଭାଗର ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ଓ ଅବମାନନା କରି ଆସିକା ନିକଟ ଋଷିକୁଲ୍ୟା ନଦୀ ଗର୍ଭରୁ ବେଧଡକ ଭାବେ ବେଆଇନ ବାଲି ପରିବହନ ଓ ଉତ୍ତୋଳନ ହେଉଥିବା ଦେଖା ଯାଇଛି। ଏପରିକି ରାତି ୧୨ଟା ପରେ ଓ ଭୋର ସମୟ ପର୍ଯ୍ୟନ୍ତ ଗାଡି ଗୁଡିକରେ ସହର ଓ ଗାଁ ର ଗଳି କନ୍ଦିରେ ଚଢ଼ା ଦରରେ ଚୋରା ବାଲି ବିକ୍ରି ହେଉଥିବା ଦେଖା ଯାଇଛି। ରାଜ୍ୟରେ ଏବେ ନୂଆଁ ସରକାରଙ୍କ ଶାସନ ଆରମ୍ଭ ହୋଇଛି। ରାଜ୍ୟ ଖଣିଜ ଓ ପରିବହନ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟକୁ ମଧ୍ଯ ସ୍ଥାନୀୟ ଅଞ୍ଚଳର ବାଲି ମାଫିଆଙ୍କ ତିଳେ ମାତ୍ର ଖାତିର ନାହିଁ। ଜଗଦଲପୁର ନିକଟ ଗୁଣ୍ଠୁପଡା ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବହୁ ସମୟରେ ଅଭିଯୋଗ ଉଠିଥିଲା । ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କିଛି କୁଜି ନେତାଙ୍କ ଛାତ୍ରଛାୟା ଏବଂ ସରକାରୀ ବାବୁ ମାନଙ୍କୁ ଖୁସ କରି ଏପରି ବେଧଡ଼କ ବାଲି ଚୋରା ଚାଲାଣ କରି ଆସୁଛନ୍ତି l ଆଗାମୀ ବର୍ଷା ଦିନରେ ଋଷିକୂଲ୍ୟା ଓ ବଡ଼ ନଦୀରେ ବନ୍ୟା ଜଳ ଆସିଲେ ନଦୀ ତଟବର୍ତ୍ତୀ ଗାଁ ରେ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା ଦେଖା ଦେଇଛି। ମାଫିଆ ମାନେ ନଦୀ ହିଡ଼କୁ କାଟିବା ସାଙ୍ଗକୁ ଜିଜର ଘାଟକୁ ଯିବା ପାଇଁ ନଦୀରେ ଅସ୍ଥାୟୀ ରାସ୍ତା ମଧ୍ୟ ନିର୍ମାଣ କରୁଥିବାର ନଜିର ରହିଛି। ସ୍ଥାନୀୟ ନେତା ଠାରୁ ରାଜସ୍ୱ ବିଭାଗ ଓ ଖଣି ବିଭାଗ ସହ ବାଲି ମାଫିଆ ମାନେ ହାତକୁ ହାତ ମିଶାଇ ଖୁଲାମ ଖୁଲା ଏହି ବ୍ୟବସାୟ କରୁଥିବା ଚର୍ଚ୍ଚା ହେଉଛି। ଆଗାମୀ ବର୍ଷା ଦିନରେ ଋଷିକୂଲ୍ୟା ଓ ବଡ଼ ନଦୀରେ ବନ୍ୟା ଜଳ ଆସିଲେ ନଦୀ ତଟବର୍ତ୍ତୀ ଗାଁ ରେ ବନ୍ୟା ପରିସ୍ଥିତି ଉପୁଜିବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ।