ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

add-all

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେହି ଯାତ୍ରୀଙ୍କ ନାମ ବିଶ୍ଵାସ କୁମାର ଏବଂ ତାଙ୍କ ବୟସ ୩୮ ବର୍ଷ। ସେ ବିମାନରେ ୧୧-ଏ ଆସନରେ ବସି ଯାତ୍ରା କରୁଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ଅହମ୍ମଦାବାଦ ପୁଲିସ କମିଶନର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.