ବଡ ସଫଳତା ; ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ହାର୍ଡକୋର ମାଓବାଦୀ ଗିରଫ

add-all

ମାଲକାନଗିରି : ମାଲକାନଗିରି ପୁଲିସକୁ ମିଳିଛି ବଡ ସଫଳତା। ଶୁକ୍ରବାର ଆଠ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଦୁଇ ଏସିଏମ କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୁଲିସ। କୋରାପୁଟରୁ ଏମାନେ ଖସି ପଳାଇ ଆସିଥିବା ବେଳେ ମାଲକାନଗିରି ପୁଲିସ ହାତରେ ଧରା ପଡିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସୋଡ଼ିଗୁଡା ନିକଟରୁ ହାର୍ଡକୋର ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ମାଓବାଦୀମାନେ ହେଲେ ରାକେଶ କୁଞ୍ଜାମ ଓ କେଶା କବାସି।
ଏମାନେ ମାଓବାଦୀଙ୍କ ଏଓବି ଅର୍ଥାତ୍ ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଓ କୋରାପୁଟ ସହ ଛତିଶଗଡ ସୁକୁମା ଜିଲ୍ଲାର କାଙ୍ଗେରଘାଟି ଏରିଆ କମିଟିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏମାନେ । ଦୁଇ ଜଣଙ୍କ ନାମରେ ଚାରି ଚାରି ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଡିଭିଏଫ ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି।

ad-week
Leave A Reply

Your email address will not be published.