ଇରାନ ସେନା ମୁଖ୍ୟ, କମାଣ୍ଡରଙ୍କ ସହିତ ୨ ବୈଜ୍ଞାନିକଙ୍କ ମୃତ୍ୟୁ: ଭୟଙ୍କର ପରିଣାମ ଭୋଗିବାକୁ ଇସ୍ରାଏଲକୁ ଖାମନେଇଙ୍କ ଚେତାବନୀ

youtube

ତେହେରାନ : ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ବଡ଼ କ୍ଷତି ଘଟିଛି। ଇରାନର ପରମାଣୁ କେନ୍ଦ୍ରକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରିଥିବାବେଳେ ଏଥିରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ମୁଖ୍ୟ ଜେନେରାଲ ବଘେରି ଏବଂ କମାଣ୍ଡର ଇନ ଚିଫ ହୋସେନ ସଲାମିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ପରମାଣୁ ଅସ୍ତ୍ର ବିକାଶ ତଥା ଗବେଷଣା କେନ୍ଦ୍ର ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିବା ଯୋଗୁ ୨ ଜଣ ବୈଜ୍ଞାନିକଙ୍କ ପ୍ରାଣହାନୀ ଘଟିଛି। ଏହା ଛଡ଼ା ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଗୁ ୫୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ଅନ୍ୟପଟେ ଇସ୍ରାଏଲ ଆକ୍ରମଣ ପରେ ରକ୍ତମୁଖା ହୋଇପଡ଼ିଛି ଇରାନ। ଇରାନର ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମନେଇ ଇସ୍ରାଏଲ ଆକ୍ରମଣକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଇସ୍ରାଏଲ ଆମ ଉପରେ ଆକ୍ରମଣ କରି ଅପରାଧ କରିଛି। ଆବାସିକ ଅଞ୍ଚଳରେ ଆକ୍ରମଣ କରି ନିଜର ଦୁର୍ଭାଗ୍ୟପୂର୍ଣ୍ଣ ପ୍ରକୃତି ପ୍ରଦର୍ଶନ କରିଛି। ଏଭଳି କରି ଇସ୍ରାଏଲ ନିଜ ପାଇଁ ଏକ ଭୟଙ୍କର ପରିଣାମ ଭୋଗିବା ଲାଗି ବାଟ ତିଆରି କରିଛି। ଯାହା ତା’କୁ ନିଶ୍ଚିତ ରୂପେ ମିଳିବ।

Leave A Reply

Your email address will not be published.