ବାଇକ୍‌ ଆରୋହୀ ତିନି ଯୁବକଙ୍କୁ ଚାପି ଦେଲା ଟ୍ରକ୍‌

add-all

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ଥାନା ଅଧିନ ଶୁଅକାଟି ଫାଣ୍ତି ଅନ୍ତର୍ଗତ ଠାକୁରଡିହି ବୁଲାଣି ଛକ ନିକଟରେ ଆଜି ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିଭୁ ବାରିକ (୧୫), ବାଦଲ ନାଏକ (୨୨) ଓ ସନତ ନାଏକ (୨୧)।
ବିଭୁ ବାରିକ, ବାଦଲ ନାଏକ ଓ ସନତ ନାଏକ ଶୁଆକାଟି ପଟୁ କେନ୍ଦୁଝର ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ତିନିଜଣ ରାସ୍ତାରେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଣାଇଥିବା ଗାଡି ଫେରାର ହୋଇଯାଇଛି।
ତିନି ଯୁବକଙ୍କୁ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ଧକ୍କା ଦେବାରୁ ତିନିଜଣ ରାସ୍ତାରେ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଗୁରୁତର ହୋଇଥିଲେ।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ଫାଣ୍ତି ଏସଆଇ ସୁରିନାରାୟଣ ପାତ୍ର ଘଟଣାସ୍ଥଳରୁ ମୃତଦେହ ଜବତ କରିଛନ୍ତି। ପୋଷ୍ଟମର୍ଟମ ପାଇଁ ଏହାକୁ ପଠାଇଛନ୍ତି। ତେବେ ଭାରିଯାନ ଗୁଡିକ ଅଟକି ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ପୁଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରାଫିକ ସମସ୍ୟା ସ୍ବଭାବିକ ହୋଇଛି। ଏନେଇ ମାମଲା ରୁଜୁ ହୋଇଛି।

ad-week
Leave A Reply

Your email address will not be published.