ବିମାନ ବନ୍ଦରରୁ ଜନତା ମୈଦାନ ଯାଏଁ ରୋଡ୍ ସୋରେ ଯିବେ ପିଏମ୍ ମୋଦୀ

youtube

ଭୁବନେଶ୍ଵର:   ଜୁନ୍ ୨୦ରେ ଦିନ ୩ଟା ୪୦ରେ ଭୁବନେଶ୍ଵରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି। ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ କାର୍ଯ୍ୟକ୍ରମ ଥିବାବେଳେ ବିମାନ ବନ୍ଦରରୁ ଜନତା ମୈଦାନ ଯାଏଁ ରୋଡ୍ ସୋରେ ଯିବେ ପିଏମ୍ ମୋଦୀ। ଅପରାହ୍ନ ସାଢେ ୫ଟା ଯାଏଁ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରକୁ ଏକ ବର୍ଷ ପୂରିଛି। ଜୁନ୍‌ ୧୨ରୁ ୨୦ତାରିଖ ପର୍ଯ୍ୟନ୍ତ ବର୍ଷ ପୂର୍ତ୍ତି ପାଳନ ହେଉଛି। ତେଣୁ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି।

Leave A Reply

Your email address will not be published.