ପୁରୁଷବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୭ ଅଟକ…

youtube

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁ ଲଜ୍ଜା ! ଗୋପାଳପୁର ବେଳାଭୂମିକୁ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର ପୁଲିସ ଘଟଣାରେ ସମ୍ପୃକ୍ତ ୬/୭ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଏଥିରେ ସମ୍ପୃକ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ଅଧିକ ଛାନଭିନ ଚଳାଇଛି।ଅଭିଯୋଗ ଅନୁଯାୟୀ, ଗତ ରବିବାର ଅପରାହ୍ନରେ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ରୀ ନିଜ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବୁଲିବାକୁ ଆସିଥିଲେ। ବିଡିଏ ଅଧୀନରେ ରହିଥିବା କାଠ ପୋଲ ବୁଲିବାକୁ ଟିକଟ କାଟି ଉଭୟ ଭିତରକୁ ଯାଇଥିଲେ। ପ୍ରାୟ ସନ୍ଧ୍ୟା ୭ଟା ବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ କାଠ ପୋଲ ବୁଲିବାକୁ ଯିବା ସହ ମଦ୍ୟପାନ କରିଥିଲେ। ଯୁବକମାନେ ବୁଲାବୁଲି କରୁଥିବା ବେଳେ ଛାତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁଙ୍କ ସହିତ ନିଛାଟିଆ ସ୍ଥାନରେ ବସିଥିବା ଦେଖି ଅସଦାଚରଣ କରିଥିଲେ। ଏହା ପରେ ତାଙ୍କୁ ନିକଟସ୍ଥ କାଠ ପୋଲ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ଛାତ୍ରୀ ଜଣକ ଥାନାରେ ଗତ କାଲି ରାତି ୧୧ଟାରେ ଏକ ଲିଖିତ ଅଭିଯୋଗ କରିଥିଲେ ‌। ଅଭିଯୋଗ ପାଇବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ପ୍ରଥମ ଅଟକ ରଖି ପଚରାଉଚରା କରିଥିଲା। ଏହାପରେ ଅନ୍ୟ ୬ ଜଣଙ୍କୁ ବିଭିନ୍ନ ସ୍ଥାନରୁ ଖୋଜି ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ଜଣାପଡିଛି। ସୂଚନା ଥାଉକି ବ୍ରହ୍ମପୁର ପୋଲିସ ଜିଲ୍ଲାର ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ତଳଦିନେ ଗୋଳନ୍ଥରା ଘଟଣା, ଦିଗପହଣ୍ଡି ଝିଅକୁ ବାପା ଦୁଷ୍କର୍ମ କରିବା ବା ଏବେ ଗୋପାଳପୁର ବିଚ୍ ରେ ହୋଇଥିବା ଘଟଣା ଜିଲ୍ଲା ବାସୀଙ୍କୁ ବ୍ୟତିବ୍ୟସ୍ତ କରିଛି ଯାହାକି ବର୍ତ୍ତମାନ ଝିଅ ମାନେ ସୁରକ୍ଷିତ ନୁହନ୍ତି ତେଣୁ ଚିନ୍ତା ରେ ବାପା ମା l  ଯଦି ଘଟଣା ରେ ଅଭିଯୁକ୍ତ ଗିରଫ ନ ହେଉଛି ଓ ଦୁଷ୍କର୍ମ କାରିକୁ ଧରା ଯାଉ ନାହିଁ ତେବେ ସମାଲୋଚନା ର ଶିକାର ହେବେ ପୋଲିସ ଏବଂ ପୋଲିସ ଉପରକୁ ଆଙ୍ଗୁଠି ଉଠିବା ସ୍ୱାଭାବିକ l

Leave A Reply

Your email address will not be published.