ରାଜଧାନୀରେ ଅପମିଶ୍ରିତ ମଦ! ୨ଜଣଙ୍କର ମୃତ୍ୟୁ ଅଭିଯୋଗ, ଦୋକାନ ସିଲ୍‌

add-all

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅଭାବନୀୟ ଘଟଣା ଘଟିଥିବା ନେଇ ଚର୍ଚ୍ଚା ହେଉଛି। ଲକ୍ଷ୍ମୀସାଗର ଅଞ୍ଚଳରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚାରି ଦିନ ପୂର୍ବରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କର ମୃତ୍ୟୁର କାରଣ ବି‌ଷାକ୍ତ ବୋଲି କୁହାଯାଉଛି।

ବିଷାକ୍ତ ମଦ ହେଉ ବା ଅପମିଶ୍ରିତ ମଦ ପିଇ ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳରେ ମୃତ୍ୟୁ ହେବା ସାଧାରଣ ଘଟଣା। କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଥିବା ବିଦେଶୀ ମଦଦୋକାନର ମଦ ଜୀବନ ନେଉଛି ଜାଣିବା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରକାଶ ପାଇବା ସ୍ବାଭାବିକ। ଯଦି ଘଟଣା ସତ, ତା’ହେଲେ ବଡ଼ ସାଂଘାତିକ ବୋଲି ପ୍ରତିକ୍ରିୟା ପ୍ରକାଶ ପାଉଛି।

ଏହି ଘଟଣା ନେଇ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। କଟକ-ପୁରୀ ରୋଡର ଷ୍ଟେସନବଜାର ନିକଟରେ ଥିବା ସଂପୃକ୍ତ ବିଦେଶୀ ମଦ ଦୋକାନକୁ ଅବକାରୀ ବିଭାଗ ସିଲ କରିଦେଇଛି। ମଦର ନମୁନା ପରୀକ୍ଷା ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ଅନେକ କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।

ad-week
Leave A Reply

Your email address will not be published.