
ଚିକିତ୍ସା ପାଇଁ ଜୁନ ୨୨ ତାରିଖରେ ମୁମ୍ୱାଇ ଯିବେ ନବୀନ ପଟ୍ଟନାୟକ । ସର୍ଭିକାଲ ଆଥ୍ରାଇଟିସ୍ ସମସ୍ୟା ନେଇ ସେଠାରେ ଚିକିତ୍ସିତ ହେବେ । କୋକିଲାବେନ୍ ଧିରୁଭାଇ ଅମ୍ୱାନୀ ଡାକ୍ତରଖାନାରେ ହେବେ ଚିକିତ୍ସିତ । ଡାକ୍ତର ଉମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ହେବ । ମୁମ୍ବାଇ ରେ ଚିକିତ୍ସା ନେଇ ନିଜେ ସୋସିଆଲମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ । ବର୍ତ୍ତମାନ ୭୮ ବର୍ଷରେ ପଦାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ସୁସ୍ଥ ଥିବା ସବୁବେଳେ କହିଥାନ୍ତି ।