ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଗୋଟିଏ ପରିବାରର ୩ ସଦସ୍ୟ : ଶାଶୁ-ବୋହୂ ମୃତ, ପୁଅ ଗୁରୁତର

youtube

ଆଠଗଡ଼ : ପାରିବାରିକ କଳହର କରୁଣ ପରିଣତି । ଏକା ସଙ୍ଗେ ବିଷ ପିଇଲେ ଗୋଟିଏ ପରିବାରର ୩ ଜଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର । କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ବଡ଼ବାରସିଂ ଗ୍ରାମରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଏକା ସଙ୍ଗେ ଗୋଟିଏ ପରିବାରର ଶାଶୁ, ବୋହୂ ଓ ପୁଅ ବିଷ ପିଇଦେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶାଶୁ-ବୋହୂଙ୍କୁ ମୃତ ଘୋଷଣା କରିଥିଲେ । ପୁଅ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ମାନେ ହେଲେ ଶାଶୁ ନିବାସୀ ସେନାପତି ଏବଂ ବୋହୂ ସଙ୍ଗୀତା ସେନାପତି । 

ପୁଅ ଭାଗିରଥି ସେନାପତିଙ୍କର ଆଠଗଡ଼ ମେଡ଼ିକାଲରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.