
ବ୍ରହ୍ମପୁର: ନୂତନ ସରକାର ଆସିବା ପରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବିଜେଡ଼ି ସରକାର ସମୟରେ ଶାସନର ଡୋରି ନେତାଙ୍କ ସମେତ ପ୍ରଶାସନିକ ଅଧିକାରୀ ମାନେ ହାତକୁ ହାତ ମିଶାଇ ଚଲାଥିଲେ। ସରକାର ବଦଳିବା ପରେ ନେତା ମାନେ କ୍ଷମତାର ଅପବ୍ୟବହାର କରିବା ସହ ବାବୁ ମାନଙ୍କ ଉପରେ ହାଇମ ଦେଖାଇବା ଓ ପିସି ଦର ବୃଦ୍ଧି କରିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଛି। ଜିଲ୍ଲାର ବହୁ ନେତାଙ୍କ ଛତ୍ର ଛାୟା ତଳେ ମାଫିଆ ମାନେ ରହିବା ସହ ବେଆଇନ ମଦ ଓ ବାଲିରେ ଆଦାୟ ହେଉଥିବା ଅର୍ଥ ରେ ସିଂହଭାଗ ଦେଇ ନେତାଙ୍କ ଗେଲ୍ହା ପୁଅ ହୋଇ ଆଇନ ହାତକୁ ନେଉଥିବା ମଧ୍ୟ ଚର୍ଚ୍ଚା ହେଲାଣି। ଜିଲ୍ଲାର ଅଧିକାଂଶ ବାବୁ ମାନେ ନେତାଙ୍କ ବୋଲ ମାନୁଥିବା ଯୋଗୁଁ ପ୍ରତେକ କ୍ଷେତ୍ରରେ ସାଧାରଣ ଲୋକଙ୍କୁ ଆଉ ନ୍ୟାୟ ମିଳୁନାହିଁ ବୋଲି ଆଲୋଚନା ହେଉଛି। ମେରିରାୟ ଶାସନ ଯୋଗୁଁ ଆଜି ଗଣ ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି।ଏକ ବର୍ଷ ପୂର୍ତ୍ତି ଅବସରରେ ନେତା ମାନେ ନିଜ ନିଜର ଗୁଣ ଗାନରେ ବ୍ୟସ୍ତ ଥିବା ବେଳେ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ଲକ୍ଷ କରାଯାଇଛି।ଡ଼ବଲ ଇଞ୍ଜିନ ସରକାର ଆସିବା ପରେ ପ୍ରତେକ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। କିଏ ଭଲ କିଏ ମନ୍ଦ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକେ ନିର୍ଣ୍ଣାୟକ ଭୂମାକା ଗ୍ରହଣ କରିବାକୁ ବାଧ୍ୟ ହେବେ। କେବଳ ପ୍ରଚାର ପ୍ରସାର ରେ ବ୍ୟସ୍ତ ରହିଲେ ସାଧାରଣ ଲୋକଙ୍କ ଦୁଃଖ ବୁଝିବ କିଏ…? ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି l ଓଡିଶା ର ପ୍ରତ୍ୟେକ ଜିଲ୍ଲା ରେ ବିକାଶ ମେଳା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଗଲା କିନ୍ତୁ ବିକାଶ କଣ ହୋଇଛି ବୋଲି ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ସାଧାରଣ l କେବଳ ନେତା.. ମନ୍ତ୍ରୀ ଓ ମାଫିଆ ମାନଙ୍କ ହିଁ ବିକାଶ ହୋଇଛି ବୋଲି ଲୋକେ ଚର୍ଚ୍ଚା କଲେଣି l ଦିନକୁ ଦିନ ଆଇନ ଶୃଙ୍ଖଳା ବିଗିଡ଼ିବାକୁ ବସିଲାଣି ପୋଲିସ ପ୍ରଶାସନ ନାଚାର ଏବଂ ନିରବ କାରଣ ନେତା ମାନଙ୍କ ଚାତ୍ରଛାୟା ତଳେ ରହି ମାଫିଆ ମାନେ ଚରମ ସୀମା ପାର ହୋଇଗଲେଣି l ଆଗକୁ ଅଛି ପଂଚାୟତ ନିର୍ବାଚନ ଜନତା ଜନାର୍ଦ୍ଦନ ସଠିକ ଉତ୍ତର ଦେବେ ବୋଲି ସାଧାରଣ ରେ ଆଲୋଚନା ହେଉଛି l