ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ଦେଶୀ ଓ ବିଦେଶୀ ମଦର ବନ୍ୟା…! ପୁଣି ଆଉ ଏକ ମଦ ମୃତ୍ୟୁକୁ ଅପେକ୍ଷା କରିଛି ପ୍ରଶାସନ ……!

add-all

ଆସିକା ଅପମିଶ୍ରଣ ମଦ ବ୍ୟବସାୟୀ ଙ୍କ ହବ…!!

ପୋଚ ମଦ କୁ ଲେବ୍ରୋଟୋରି ଟେଷ୍ଟିଙ୍ଗ କରିଲେ ଅନେକ ଗୁମର ଖୋଲିବ


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅପମିଶ୍ରଣ ମଦ ଚାଲାଣ ଖୁଲାମ ଖୁଲା ହେଉଛି। ହୋମିଓ ପ୍ୟାଥିକ ସ୍ପିରିଟ ରେ ବିଭିନ୍ନ ପ୍ରକାର ଫ୍ଲେବର ମିଶ୍ରଣ କରି ବିଦେଶୀ ମଦ ପ୍ରସ୍ତୁତ ହେଉଛି। ସରକାରୀ ମହୁଲ ଦେଶୀ ମଦ ଭାଟି କେବଳ କାଗଜ କଲମରେ ସୀମିତ ରହିଛି। ଅଧିକାଂଶ ଦେଶୀ ମଦ ଭାଟିରେ ମହୁଲ ସ୍ଥାନରେ ଗୁଡ଼, ରାଜା ପିଢ଼ିଆ ଓ ଇଷ୍ଟ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି। ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରିବା ପାଇଁ ଏହି ସବୁ ସାମଗ୍ରୀ ବ୍ୟବହାର ହେଉଥିବା ଚର୍ଚ୍ଚା ହେଉଛି।ଗଞ୍ଜାମ ଜିଲ୍ଲାର ମୁଖ୍ୟତଃ ଆସିକା, କବିସୂର୍ଯ୍ୟନଗର, ବୁଗୁଡ଼ା,ବାଲିପଦର, ପୁରୁଷୋତ୍ତମପୁର ସମେତ ନୟାଗଡ ଜିଲ୍ଲାକୁ ଏହି ଚୋରା ମଦ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି। ଏହି ମଦ ଚାଲାଣ ପୋଲିସ ଓ ଅବକାରୀ ବିଭାଗ ର ଇସାରାରେ ହେଉଥିବା ଚର୍ଚ୍ଚା ହେଉଛି। ମୋଟା ଅଙ୍କର ଟଙ୍କା ଓ ଦାମୀ ଗିଫ୍ଟ ନେଇ ବାବୁ ମାନେ ଚୁପ l ଏହି ଅପମିଶ୍ରଣ ମଦ ପ୍ରସ୍ତୁତ ସମ୍ପର୍କରେ ପ୍ରଶାସନ ପାଖରେ ଖବର ଥିଲେବି ମଦ ମାଫିଆ ପ୍ରତି ସ୍ଥାନୀୟ ନେତାଙ୍କ ସମ୍ପୃକ୍ତି ଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି।ଜିଲ୍ଲା ପ୍ରଶାସନ ଆଉ ଗୋଟେ ମଦ ମୃତ୍ୟୁକୁ ଅପେକ୍ଷା କରିଥିବା ନେଇ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଗଞ୍ଜାମ ଜିଲ୍ଲା ରେ ଥିବା ମଦ ମାଫିଆ ମାନେ ସରକାରୀ କଳ ଏବଂ ନେତା ଓ ମନ୍ତ୍ରୀ ଙ୍କ ପକେଟ ଗରମ କରି ଖୋଲାମ ଖୋଲା ଅପମିଶ୍ରଣ ମଦ ପ୍ରସ୍ତୁତି କରୁଥିବା କୁ ନେଇ ଅନେକ ଅଭିଯୋଗ ଆସୁଛି କିନ୍ତୁ ପୋଲିସ ଅବକାରୀ ବିଭାଗ ସବୁ ଜାଣି ନିରବ l ମଦ ପୋଚକୁ ଲେବ୍ରୋଟୋରି ଟେଷ୍ଟିଙ୍ଗ କରିଲେ ଗୁମର ଖୋଲି ଜିବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି l ଜଦି ପ୍ରଶାସନ ଚୁପ ରୁହନ୍ତି ଆଗାମୀ ଦିନରେ ପୁଣି ଏକ ଅପମିଶ୍ରଣ ମଦ ମୃତ୍ୟୁ କୁ ଏଡାଇ ଦେଇ ହେବ ନାହିଁ…

ad-week
Leave A Reply

Your email address will not be published.