ରଥଯାତ୍ରା ବର୍ଷାରେ ଭିଜିବା ସମ୍ଭାବନା ! : ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ

add-all

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତି କରି ଝାଡ଼ଖଣ୍ଡ ନିକଟରେ ଦୁର୍ବଳ ହୋଇଛି। ଏହା ଦ୍ବାରା ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଅଞ୍ଚଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ପରେ ଆହୁରି ଦୁର୍ବଳ ହେବ କିନ୍ତୁ ଓଡ଼ିଶାରେ ବର୍ଷା ୨୭ ଜୁନ୍ ପର୍ଯ୍ୟନ୍ତ ଜାରି ରହିବ। ଫଳରେ ଜୁନ୍ ୨୭ରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚଳିତ ବର୍ଷ ବର୍ଷାରେ ଭିଜିବା ସମ୍ଭାବନା ସୃଷ୍ଟି ହୋଇଛି।
ଆଇଏମଡି ଅନୁଯାୟୀ, ଓଡ଼ିଶାରେ ବର୍ଷା ୨୭ ଜୁନ୍ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି। ରାଜ୍ୟରେ କମ୍‌ରୁ ମଧ୍ୟମ ବର୍ଷା ଜାରି ରହିବ। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ାରେ ଝଡ଼ବର୍ଷା ତଥା ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ଝଡ଼ବର୍ଷା ଏବଂ ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଏହି ଅଞ୍ଚଳଗୁଡ଼ିକରେ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ମଧ୍ୟରେ ରହିବ ବୋଲି ପୂର୍ବାନମାନ କରାଯାଇଛି।
ଜୁନ୍ ୨୪ ରୁ ଜୁନ୍ ୨୬ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଶା କରାଯାଇଥିବା ବର୍ଷା ଅପେକ୍ଷା ୫ ପ୍ରତିଶତ ଅଧିକ ବର୍ଷା କରିଛି। ୨ଟି ଜିଲ୍ଲାରେ ଅଧିକ ପରିମାଣରେ ବର୍ଷା ହୋଇଛି। ୬ଟି ଜିଲ୍ଲାରେ ଆଶା ଅନୁଯାୟୀ ବର୍ଷା ହୋଇଛି ଏବଂ ୧୫ଟି ଜିଲ୍ଲାରେ ପୂର୍ବାନୁମାନ ଅନୁଯାୟୀ ବର୍ଷା ହୋଇଛି। କିନ୍ତୁ ଏପରି ଛଅଟି ଜିଲ୍ଲା ଅଛି ଯେଉଁଠାରେ କମ୍ ବର୍ଷା ହୋଇଥିବା ବେଳେ ଅନ୍ୟ ଗୋଟିଏ ଜିଲ୍ଲାରେ ବର୍ଷା କମ୍ ହୋଇଥିଲା।

ad-week
Leave A Reply

Your email address will not be published.