ଲୋକ ପଚାରୁଛନ୍ତି ଗୋଟିଏ କଥା: ଓଡ଼ିଆଙ୍କ ମଉଡ଼ମଣି କିଏ ନବୀନ ନା ଜଗନ୍ନାଥ

add-all

ଭୁବନେଶ୍ୱର: ଆରୋଗ୍ୟ ହେବାର ବାର୍ତ୍ତା ଦେଇ ଅଡୁଆରେ ଫସିଲେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର | ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁସ୍ଥ ହେବାର ବାର୍ତ୍ତା ଦେବାକୁ ଯାଇ ଏମିତି ପ୍ରଶଂସା କଲେ ଯେ ସୋସିଆଲ ମିଡ଼ିଆ ୟୁଜର୍ସ ପଚାରୁଛନ୍ତି କେବଳ ଗୋଟିଏ କଥା ଓଡ଼ିଆଙ୍କ ମଉଡ଼ମଣି କିଏ? ସାଢେ ଚାରିକୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ ନା ନବୀନ ପଟ୍ଟନାୟକ ତାହା ଏବେ ପ୍ରଶ୍ନ ପଚାରୁଛନ୍ତି | ବିଜେଡି ନେତ୍ରୀଙ୍କ ଏହି ମଉଡ଼ମଣି ଵ୍ୟାଖ୍ୟାନକୁ ନେଇ ସୋସିଆଲ ମିଡ଼ିଆ ୟୁଜର୍ସ ଏବେ ପ୍ରଶ୍ନ ପଚାରିବା ସହ କଡା ସମାଲୋଚନା କରିଛନ୍ତି |
ବାସ୍ତବରେ ଗତକାଲି ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବାବେଳେ ତାଙ୍କୁ ବିମାନବନ୍ଦର ଯାଏଁ ପାଛୋଟି ଆଣିଥିଲେ ଶତାଧିକ କର୍ମୀ | ଆଉ ଏନେଇ ଲେଖାଶ୍ରୀ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ ସହ ଲେଖିଥିଲେ ଯେ ‘ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିବା ବେଳେ ସାଢ଼େ ଚାରି କୋଟି ଓଡିଆଙ୍କ ମଉଡ଼ମଣି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରୁ ଭୁବନେଶ୍ବର ବିମାନ ବନ୍ଦର ପର୍ଯ୍ୟନ୍ତ ଶୁଭେଚ୍ଛା ଓ ପ୍ରାର୍ଥନା ସହିତ ବିଦାୟ ଦେଲୁ। ଆମ ନେତା ଯଥା ଶୀଘ୍ର ଆରୋଗ୍ୟ ଲାଭ କରି ଆମ ପାଖକୁ ଫେରି ଆସନ୍ତୁ ଏତିକି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି’।
ତେବେ ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆ ୟୁଜର୍ସ ପ୍ରଶ୍ନ ପଚାରୁଛନ୍ତି ଯେ ଓଡ଼ିଆଙ୍କ ମଉଡ଼ମଣି କିଏ? ଲେଖାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ‘୪.୫ କୋଟି ଓଡ଼ିଆଙ୍କର ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ | ଆପଣଙ୍କ ମୁଣ୍ଡ କାମ କରୁନି | ଔଷଧ ରାଗରେ ତାଟିଆ କାମୁଡୁଛ ‘| ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ‘ଓଡିଆଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥ ,ରାଜନୀତି ପାଇଁ କାହାକୁ ନେଇ କୋଉଠି ରଖୁଛ କିଛି ଜାଣିପାରୁନ’ | ଅନେକ ୟୁଜର୍ସ ନବୀନଙ୍କ ଆରୋଗ୍ୟ କାମନା କରିଥିବାବେଳେ ଏହି ମଉଡ଼ମଣି ବୋଲି ବ୍ୟାଖ୍ୟା କରିବାକୁ ନାପସନ୍ଦ କରୁଛନ୍ତି |

ad-week
Leave A Reply

Your email address will not be published.