ମଶାଣିପଦା ରେ ଥିବା ବିଶ୍ରାମଗୃହ ପାଲଟିଛି ଗୋଦାମ ଗୃହ…

add-all

ପ୍ରଶାସନ ର ଦୃଷ୍ଟି ପଡିବ କେବେ…??

ଉମରକୋଟ / ମୁଣ୍ଡିବେଡ଼ା :- (୨୧/୦୬/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକର ମୁଣ୍ଡିବେଡ଼ା ପଞ୍ଚାୟତର ଛତିଶଗଡ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଚାଲିଛି କୁଜି ନେତାର ମନମାନି କାର୍ଯ୍ୟ। କେହି ବିରୋଧ କଲେ ତାହାକୁ ନିର୍ଯାତନର ଶିକାର ହେବାକୁ ପଡୁଛି। ସେଥିପାଇଁ କୌଣସି ଗଣପ୍ରତିନିଧିଙ୍କ ଆଗରେ ମୁହଁ ଖୋଲୁ ନାହାନ୍ତି ଗ୍ରାମବାସୀ।
ଭତାପାଣି ଗ୍ରାମଟିରେ ଗ୍ରାମର କେତେକ କୁଜି ନେତାମାନେ ସେମାନଙ୍କର ନିଜ ସାର୍ଥ ଚରିତାର୍ଥ କରିବା ପାଇଁ ବାହୁବଳି ସାଜି ଏକଛତ୍ରବାଦ ମନମୁଖି ଶାସନ ଚଳାଉଛନ୍ତି। କେହିପ୍ରତିବାଦ ର ସ୍ୱର କରିଲେ ସଙ୍ଗେ ସଙ୍ଗେ ଗ୍ରାମରେ କଙ୍ଗାରୁ କୋର୍ଟ ବସାଇ ତାଙ୍କର ମୁହଁ ବନ୍ଦ କରା ଯାଉଛି। ସୂଚନା ଥାଉକି ଗ୍ରାମର ଏକ ମଶାଣିପଦା ବିଶ୍ରାମଗୃହରେ, ସେହି ଗ୍ରାମର ଜୈନେକ ବ୍ୟକ୍ତି କାହାକୁ ଖାତିର ନ କରି “ସାର” ସବୁ ଭର୍ତ୍ତୀ କରି ମଶାଣିପଦାକୁ ଜୋର ଜବର ଦସ୍ତୀ ଅକ୍ତିଆର କରି ରଖିଛନ୍ତି।
ଉଲ୍ଲେଖ ଥାଉ କି, ଯୋଉଠି ବର୍ତ୍ତମାନ ମଶାଣିପଦା ଅଛି ସେଠିରୁ କମସେ କମ ଶ୍ୱଶାନ ଆନୁମାନିକ ଏକ କିଲୋମିଟର ହେବ। ସେହି ଶ୍ୱଶାନଟିରେ ମଶାଣିପଦା ବିଶ୍ରାମଗୃହ ନିର୍ମାଣ କରିବା ପାଇଁ ସବୁ ବନ୍ଦବସ୍ତ ହେବା ପରେ ଅଚାନକ ପୁଣି ଗ୍ରାମ ରାସ୍ତା ସଂମୁଖରେ ନିର୍ମାଣ ହୋଇ କାର୍ଯ୍ୟ ସମ୍ପାଦନ କରିଥିଲେ ଠିକାଦାର ଏହା ଭତାପାଣି, ବଟନପାରା, ବୁଚିୟାପାରା ଓ ମଝିରପାରା ଗାଁ ଲୋକଙ୍କ କହିବା କଥା। ଲୋକଙ୍କ ବିଶ୍ରାମ ଗାର ଏବେ ପାଲଟି ଯାଇଛି ଗୋଦାମ ଗୃହ ଏହାକୁ ନେଇ ଅନେକ ଅଭିଯୋଗ କଲେ ବି ପ୍ରଶାସନର ନଜର ପଡୁ ନାହିଁ l ବାଟୋଇ ମାନେ ବିଶ୍ରାମ ଟିକିଏ ନେବା ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l କାହାଛତ୍ରଛାୟା ରେ ବିଶ୍ରାମ ଗୃହ କୁ ନିଜ ଅକ୍ତିଆର ରେ କୁ ନେଇ ଗୋଦାମ ଗୃହ କରିଛି ତାହା ତଦନ୍ତ ସାଫେକ୍ଷ l ଏବଂ ଏହାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି ନିରୀହ ଗ୍ରାମ ବାସି l ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.