ମୁଖ୍ୟମନ୍ତ୍ରୀ ମୋହନ ଙ୍କ ଆସିକା ଗସ୍ତ ପୂର୍ବରୁ ଆଇସକ୍ରିମ କୁ ନେଇ ଚର୍ଚ୍ଚା….!

add-all

ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାକୁ ନେଇ ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ କଳା ପତାକା ଦେଖାଇବା ପାଇଁ ଖସଡା ପ୍ରସ୍ତୁତ…..!


ବ୍ରହ୍ମପୁର: ମୋଦି ସରକାରଙ୍କ ଏଗାର ବର୍ଷ ପୂର୍ତ୍ତି ପାଇଁ ଏବଂ ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଜନସମା ବେଶରେ ବିରାଟ ବିଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୨୩ ତାରିଖ ଦିନ ଆସିକା ଆସୁଛନ୍ତି। କିଛି ଦିନ ତଳେ ନବୀନ ପଟ୍ଟନାୟକ ଜଣେ ରାଜନେତାଙ୍କ ଘରକୁ ଆସି ଆଇସକ୍ରିମ ଖାଇଥିବା ବିଷୟ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଥିବା ବେଳେ ତାହାକୁ କାଉଣ୍ଟର କରି ବିଜେଡ଼ି ର କିଛି ନେତା ସମ୍ପୃକ୍ତ ରାଜନେତା ଙ୍କୁ ସୋଧିଥିଲେ। ଯାହାକି ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର ମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରୁ କୁଆଡ଼େ ୩୦ ଟି ବସରେ ଲୋକଙ୍କୁ ନେବା ପାଇଁ ବନ୍ଦୋବସ୍ତ କରିଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାରୁ ୨୦ ହଜାର ଲୋକ ନେବା ପାଇଁ ଆକଳନ କରାଯାଇଥିଲା। ମୋଦିଙ୍କ ସଭାରେ ୨୦/୨୫ ହଜାର ଲୋକଙ୍କ ସମାଗମ ହୋଇଥିବା ଚର୍ଚ୍ଚା ହେଉଛି। ଡବଲ ଇଞ୍ଜିନି ସରକାରଙ୍କ ପ୍ରତି ଲୋକଙ୍କ ବିମୁଖ ଭାବ ସ୍ପଷ୍ଟ ଜଣାପଡିଛି। ଗଞ୍ଜାମ ଜିଲ୍ଲାର କିଛି କୁହାଳିଆ ନେତା ମାନଙ୍କ ଗାଡ଼ିରେ ଲୋକେ ଯିବାକୁ ଅମଙ୍ଗ ହୋଇଥିବା ଚର୍ଚ୍ଚା ହେଉଛି। ମୋଦିଙ୍କ ସଭା ଫିକା ପଡ଼ି ଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ଆସିକା ଗସ୍ତରେ ଆସୁଛନ୍ତି। ଆସିକା ଅଞ୍ଚଳ ରେ ଯେଉଁ ସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଦାନ ଦେଇଥିଲେ। ସେହି ପ୍ରକଳ୍ପ ଗୁଡ଼ିକ ଉଦଘାଟନ କରିବେ ବୋଲି ବିରୋଧିଦଳ ମଧ୍ୟରେ ଆଲୋଚନା ହେଉଛି। ବିଶେଷ ସୂତ୍ରରୁ ଖବର ଆସୁଛି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ବିରୋଧୀ କଳା ପତାକା ଦେଖାଇବାକୁ ମଧ୍ୟ ସଜ ବାଜ ହେଲେଣି l ଏହାକୁ ନେଇ ପୋଲିସ ତୀକ୍ଷ୍ଣ ଦୃଷ୍ଟି ମଧ୍ୟ ରଖିଛି l ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ସମସ୍ତ ପ୍ରକାର ସୁ ବ୍ୟବସ୍ତା କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ… I

ad-week
Leave A Reply

Your email address will not be published.