ଇରାନରୁ ଫେରୁଛନ୍ତି ଭାରତୀୟ ଛାତ୍ର; ଆଜି ଦିଲ୍ଲୀରେ ପହଞ୍ଚିବ ଆଉ ଦୁଇ ବିମାନ

youtube

ନୂଆଦିଲ୍ଳୀ: ଇରାନରୁ ନିଜ ଦେଶକୁ ଫେରୁଛନ୍ତି ଭାରତୀୟ ନାଗରିକ। ମଶାଦରୁ ଏକ ବିମାନ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଯେଉଁଥିରେ ୨୯୦ ଜଣ ଭାରତୀୟ ଛାତ୍ର, ଅଧିକାଂଶ ଜମ୍ମୁ ଏବଂ କଶ୍ମୀରର ଥିଲେ।
ଆଜି ମଶାଦରୁ ଆଉ ଦୁଇଟି ବିମାନ ଦିଲ୍ଲୀରେ ପହଞ୍ଚିବାର ସମ୍ଭାବନା ଅଛି। ଦୁଇ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବାରୁ ଭାରତ ସରକାର ମଧ୍ୟପ୍ରାଚ୍ୟ ଦେଶରୁ ନିଜ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ସିନ୍ଧୁ ଆରମ୍ଭ କରିଛନ୍ତି। ଏକ ବିଶେଷ ପଦକ୍ଷେପରେ, ଇରାନ ଭାରତର ସ୍ଥାନାନ୍ତର ପ୍ରୟାସକୁ ସହଜ କରିବା ପାଇଁ ତାର ବାୟୁକ୍ଷେତ୍ର ଖୋଲି ଦେଇଛି।
ଶୁକ୍ରବାର ବିଳମ୍ବିତ ରାତିରେ ଇରାନର ମଶହଦରୁ ପ୍ରଥମ ଚାଟାର୍ଡ ବିମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଛି । ଇରାନରେ ଫସି ରହିଥିବା ଭାରତୀୟ ଛାତ୍ର ଓ ସାଧାରଣ ନାଗରିକ ଭାରତ ଫେରି ଆସିଛନ୍ତି । ଭାରତ ସରକାର ମଶହଦରୁ ପ୍ରାୟ ୧ହଜାର ଭାରତୀୟଙ୍କୁ ପର୍ଯ୍ୟାୟକ୍ରମେ ସ୍ୱଦେଶ ଆଣୁଛନ୍ତି । ଉଦ୍ଧାରକାର୍ଯ୍ୟରେ ଇରାନର ଚାଟାର୍ଡ ବିମାନ ବ୍ୟବହାର କରାଯାଉଛି । ଇରାନରେ ଭାରତୀୟ ଦୂତାବାସର ଉପମୁଖ୍ୟ ମହମ୍ମଦ ଜୱାଦ ହୁସେନ କହିଛନ୍ତି, ଆମେ ଭାରତୀୟଙ୍କୁ ନିଜର ଲୋକ ବୋଲି ଭାବୁଛୁ । ଇରାନର ଏୟାରସ୍ପେସ୍ ବନ୍ଦ ରହିଛି, କିନ୍ତୁ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପାଇଁ ଆମେ ଏହାକୁ ସାମୟିକ ଭାବେ ଖୋଲିଛୁ ।

Leave A Reply

Your email address will not be published.