ଯାତ୍ରାପାର୍ଟି ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତା କାହ୍ନା

add-all

ଭୁବନେଶ୍ୱର,୨୧ା୬: ଥମୁନି ଯାତ୍ରାପାର୍ଟି ମାଲିକଙ୍କ ନାଁରେ ବିବାଦ। ଏବେ ସିଂହବାହିନୀ ମାଲିକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା କଳାକାର ତଥା ଭିଲିଆନ୍‌ କାହ୍ନା। ସେ କହିଛନ୍ତି, ସିଂହବାହିନୀ ଯାତ୍ରାପାର୍ଟି ମାଲିକ ସଞ୍ଜୀବ ପାଢ଼ୀ ମୋତେ ଜୀବନରୁ ମାରି ଦେଇଥାନ୍ତେ। ଷଡ଼ଯନ୍ତ୍ର କରି ଯାତ୍ରାପାର୍ଟି ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ନିଜ ପାର୍ଟିକୁ ୧ ନମ୍ବର କରିବାକୁ ଚାହୁଁଥିବାବେଳେ ମୋତେ ଯାତ୍ରାରୁ ବ୍ୟାନ୍ କରିବାକୁ ସେ କିଏ ବୋଲି କାହ୍ନା ମିଡିଆ ସାମ୍ନାରେ କହିଛନ୍ତି।

ସିଂହବାହିନୀ ମାଲିକ କଳାକାର ବେପାର କରୁଛନ୍ତି। କଳାକାରଙ୍କୁ କେବଳ ଚିଙ୍ଗୁଡ଼ି ପରି ଦାନା ପକାଇଲେ ସେମାନେ ରହିବେନି। ସେମାନଙ୍କ ହୃଦୟକୁ ଚିହ୍ନିବା ଦରକାର। ଯାତ୍ରା ସିଂହବାହିନୀ ମାଲିକଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି କାହ୍ନା ।

ad-week
Leave A Reply

Your email address will not be published.