
ମାଓବାଦୀ ଙ୍କ କଙ୍ଗାରୁ କୋର୍ଟ ଠାରୁ ବି ବଳି ଯାଉଛି ପୋଲିସ ର ନିର୍ଯାତନା…

ରାଇଘର ପୋଲିସ ଡ଼କାୟତି ତଦନ୍ତ ଆଳରେ ନିରୀହ ଯୁବକକୁ ମାଡ଼ ମାରି ନିଯ୍ୟାତନା….!
ଭୁବନେଶ୍ୱର: ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର କୋଦଭାଟା ସାହିରେ ଗୋଟିଏ ଡକାୟତି କେସ ପାଇଁ, ଯେଉଁ ଘରେ ଡକାୟତି ହୋଇଥିଲା ତାହାର ଆଖ ପାଖ ଘରେ ରହୁ ଥିବା ପାରିପାର୍ଷିକ ମାନଙ୍କ ରାଇଘର ପୋଲିସ ତଦନ୍ତ ବାହାନାରେ ଡାକି ନେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ପରେ ଉକ୍ତ ଯୁବକ ଏବେ ଡାକ୍ତର ଖାନାରେ ଭର୍ତ୍ତି ହୋଇଛି।ସୂଚନା ଅନୁସାରେ ବିଗତ କାଲି କୋଦଭାଟା ନିବାସୀ ରୁପେଶ ସରକାର ଦିନ ଏକ ଘଣ୍ଟା ସମୟରେ ସ୍ନାନ କରି ଠିକ ଖାଇବା ସମୟରେ ରାଇଘର ପୋଲିସ ପ୍ରଶାସନ ଥାନାରେ ଟିକେ କାମ ଅଛି କହି କୁଆଡ଼େ ଘରରୁ ଡାକି ନେଇଥିଲେ। ଦିନ ତମାମ ଖାଇବାକୁ ନଦେଇ ବସାଇବା ପରେ କୋଦଭାଟା ଡକାୟତି କେସ ରେ ତୁ ଜଡିତ ଅଛି, କହି ରୁପେଶର ମୁଣ୍ଡରେ ପୋଲିସ ଵାଲା ସେମାନଙ୍କର ସର୍ଭିସ ପିସ୍ତୋଲ ବାହାର କରି ସୁଟ କରିଦେବି କହି ମାରିବା ଆରମ୍ବ କରିଥିଲେ। ମୁଁ ବହୁତ ଏନକାଉଣ୍ଟର କରିସାରିଛି ତମକୁ ମଧ୍ୟ ମାରିଦେବି କହି ତଳେ ବସାଇ ଗୋଡ଼ ଲମ୍ବା କରି ଗୋଡ଼ ତଳେ ଏତେ ମାତ୍ରାରେ ମାରିଛନ୍ତି ତାହା ନ ଦେଖିଲେ କେହି ବିଶ୍ୱାସ କରି ପାରିବେ ନାହିଁ। ସେପଟେ ସେତିକିରେ ମଧ୍ୟ ପୋଲିସର ଗୁଣ୍ଡା ରାଜ ସରିଲା ନାହିଁ ପୁଣି ଥାନା ବାବୁଙ୍କ କକ୍ଷ ଭିତରେ ଯୋଉଠି ସି ସି କ୍ୟାମେରା ଲାଗିଛି ସେଠି ନେଇ ମଧ୍ୟ ମୂଥ ମାରିବା ଏହା କିପରି ସମ୍ଭୋବ ତଦନ୍ତ କରୁଥିବା ପୋଲିସ ବାବୁଙ୍କର କାର୍ଯ୍ୟ କଳାପ ଏହାଠୁ ଭଲ ଥିଲା ଡକାୟତି କେସରେ କୋର୍ଟ ଚାଲାଣ କରିବା। ଆଜି ୨୨/୦୬/୨୦୨୫ ରିଖ ସକାଳ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ରୁପେଶର ପିତାଙ୍କ ଡାକି ତାଙ୍କର ଜିମାରେ ରୁପେଶ କୁ ଜମାନତରେ ଛାଡିଥିଲା। ରୁପେଶ ଘରେ ଆସି କାନ୍ଦି କାନ୍ଦି ସବୁ କହିବା ପରେ ତାଙ୍କର ପିତା କାଳବିଳମ୍ବ ନ କରି ରାଇଘର ପ୍ରାଥମିକ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଯିବା ପରେ ସେଠାରେ ଡାକ୍ତର ସରୋଜ ଇଞ୍ଜେକ୍ସନ ଓ ସାଲାଇନ ଦେବା ସହ ଚିକିତ୍ସା କରୁଛନ୍ତି। ଆମ ଦେଶରେ ନୂଆ ଆଇନ ଆସିବା ପରେ ବି କିଛି ପୋଲିସ ବାବୁ ମାନେ ଆଇନକୁ ଖାତିରି ନକରି ନିଜ ବର୍ଦ୍ଧିର ଗରମ ନିରୀହ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି। ସୂଚନା ଥାଉକି ଦୁଇ ଦିନ ତଳେ ଜଣେ ଯୁବକକୁ ଥାନାରେ ଦୀର୍ଘ ଘଣ୍ଟା ଅଟକ ରଖିବା ଓ ନିର୍ଯ୍ୟାତନା ଦେବା ସକାଶେ ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଯାହାକି ମୋହନ ସରକାରଙ୍କୁ ଜନ ସାଧାରଣ ସାଧୁବାଦ ଜଣାଇ ଥିଲେ l ଜଣେ ନିରୀହ ଯୁବକକୁ ଘରୁ ଡ଼ାକି ଅମାନୁଷିକ ଭାବେ ମାଡ଼ ମାରିବା ଓ ନିର୍ଯାତନା ଦେଇଥିବା ପୋଲିସ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଚେତନ ମହଲରୁ ଦାବୀ ହେଉଛି। ନବରଙ୍ଗପୁର ଏସ. ପି ଘଟଣା ର ତଦନ୍ତ କରି ଆଇନ ହାତକୁ ନେଇ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ପୋଲିସ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି,ତାହା ଦେଖିବାକୁ ବାକି ରହିଲା। ସୂଚନା ଥାଉକି ରାଇଘର ଥାନା ଆଗରୁ ବି ଅନେକ ବିବାଦ ରେ ଛନ୍ଦି ହୋଇ ଆସୁଛି ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବା ସହିତ ପୁଣି ଏକ ଦୁଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଆଶା ରଖିଛନ୍ତି l
