ଖାମେନିଙ୍କୁ ହତ୍ୟା ଚିନ୍ତା, ବାଛିଲେ ୩ ସାମ୍ଭାବ୍ୟ ଉତ୍ତରାଧିକାରୀ

add-all

ତେହେରାନ : ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଥିବାବେଳେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନି ନିଜର ଉତ୍ତରାଧିକାରୀ ଚୟନ କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ସେ ୩ ଜଣ ସାମ୍ଭାବ୍ୟ ଉତ୍ତରାଧିକାରୀଙ୍କ ନାମ ସାମ୍ନାକୁ ଆଣିଛନ୍ତି। ଏହି ୩ ଜଣଙ୍କ ପରିଚୟ କିନ୍ତୁ ଗୋପନ ରଖାଯାଇଛି। ହେଲେ ଏତିକି ସ୍ପଷ୍ଟ ହୋଇଛି ଯେ, ଏମାନଙ୍କ ମଧ୍ୟରେ ଖାମେନି ନିଜ ପୁଅର ନାଁକୁ ସାମିଲ କରିନାହାନ୍ତି।
ଇସ୍ରାଏଲ-ଇରାନ ଯୁଦ୍ଧ ଚାଲିଥିାବାବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନ ସେନାର ବଡ଼ ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରି ହତ୍ୟା କରିଚାଲିଛି। ଖାମେନି ବି ଇସ୍ରାଏଲର ଟାର୍ଗେଟରେ ରହିଛନ୍ତି। ଏସବୁ ଭିତରେ ସେ ନିଜ ଉତ୍ତରାଧିକାରୀ ଚୟନ କରିବାକୁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେ ଗମ୍ଭୀର ରୂପେ ବିଚାର ବିମର୍ଶ କରୁଛନ୍ତି।
ଦ ନ୍ୟୁୟକ ଟାଇମ୍ସ ଶନିବାର ଏକ ରିପୋର୍ଟରେ ଦାବି କରିଛି ଯେ, ଖାମେନି ୩ ବରିଷ୍ଠ ମୌଲବୀଙ୍କ ନାମକୁ ନିଜର ସାମ୍ଭାବ୍ୟ ଉତ୍ତରାଧିକାରୀ ପାଇଁ ଚୟନ କରିଛନ୍ତି। ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧରେ ଯଦି ତାଙ୍କୁ ହତ୍ୟା କରାଯାଏ, ତେବେ ଏପରି ସ୍ଥିତିରେ ସେହି ୩ ଜଣଙ୍କ ମଧ୍ୟରୁ ଜଣେ ସୁପ୍ରିମ ଲିଡର ବା ସର୍ବୋଚ୍ଚ ନେତା ଦାୟିତ୍ଵ ଗ୍ରହଣ କରିବେ।

ad-week
Leave A Reply

Your email address will not be published.