୪ ହଜାର ତଳକୁ ଖସିଲା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

add-all

ନୂଆଦିଲ୍ଲୀ: ଧୀରେ ଧୀରେ ନଷ୍କ୍ରିୟ ହେବାରେ ଲାଗିଛି କରୋନା। ପୂରା ଦେଶବାସୀଙ୍କ ପାଇଁ ଏହା ଏକ ସୁଖବର। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପଲବ୍ଧ ସରକାରୀ ତଥ୍ୟ ଅନୁଯାୟୀ, ସୋମବାର (ଜୁନ୍ ୨୩) ଭାରତରେ ସକ୍ରିୟ କରୋନାଭାଇରସ୍ ମାମଲା ୪,୪୨୫କୁ ହ୍ରାସ ପାଇଛି।
ତେବେ ରବିବାର ଦିନ ଏହି ମାମଲା ୫,୦୧୨ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ନୂତନ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଫଳରେ ଚଳିତ ବର୍ଷ ମୋଟ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ପାଇଛି। ଗତ କିଛି ଦିନ ହେବ କରୋନାର ପ୍ରଭାବ ହ୍ରାସ ହେବାରେ ଲାଗିଛି। କିଛି ଦିନ ହେବ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର କମିବାରେ ଲାଗିଛି।
କିଛି ସପ୍ତାହ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଉପରେ ଥିବା ବେ‌ଳେ ଦିନକୁ ପ୍ରାୟ ୩-୪ ଜଣଙ୍କର ମୃତ୍ୟୁ ରେକର୍ଡ ହେଉଥିଲା।
ସେହି ତୁଳନାରେ ଦେଖିବାକୁ ଗଲେ ଏବେ କରୋନା ଆକ୍ରନ୍ତ, ସକ୍ରିୟ ଓ କରୋନାଜନିତ ମୃତ୍ୟୁ ମାମଲା ଢେର୍‌ ହ୍ରାସ ପାଇଛି।

ad-week
Leave A Reply

Your email address will not be published.