ଏସ୍‌ୟୁଭି ଭିତରୁ ମିଳିଲା ବାପାମାଆ ଓ ପୁଅର ମୃତଦେହ

youtube

ଚଣ୍ଡିଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାର ଏକ ଗାଁ ନିକଟସ୍ଥ କ୍ଷେତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଏସ୍‌ୟୁଭି ଭିତରୁ ମିଳିଛି ଗୋଟାଏ ପରିବାରର ୩ ଜଣଙ୍କ ମୃତଦେହ।
ଏହି ଘଟଣା ସଂପର୍କରେ ପୁଲିସ ଅଧିକାରୀ ମନଜିତ ସିଂହ କହିଛନ୍ତି ଯେ ଏହା ଏକ ଆତ୍ମହତ୍ୟା ମାମଲା ପରି ମନେ ହେଉଥିଲେ ମଧ୍ୟ ଏହାର ସମସ୍ତ ଦିଗକୁ ଯାଞ୍ଚ କରାଯାଉଛି।
କାରଟି ତେପଲା ବାନୁରରେ ଜାତୀୟ ରାଜପଥ କଡ଼ରେ ଏକ ନିର୍ଜନ ଗ୍ରାମ ରାସ୍ତାରେ ପାର୍କିଂ ହୋଇଥିବା ଦେଖିବାକୁ ମିଳିଥିଲା। ମୃତଦେହଗୁଡ଼ିକ ମୋହାଲିର ଜଣେ ପ୍ରପର୍ଟି ଡିଲର ସନ୍ଦୀପ ସିଂହ ରାଜପାଲ (୪୫); ତାଙ୍କ ପତ୍ନୀ ମନଦୀପ କୌର (୪୨) ଏବଂ ତାଙ୍କ ପୁଅ ଅଭୟ ସିଂହ (୧୫) ଭାବରେ ଚିହ୍ନଟ ହୋଇଛନ୍ତି।
ଶରୀରଗୁଡ଼ିକରେ ଗୁଳି ବାଜିଛି ଏବଂ କ୍ୟାବିନ ଭିତରେ ଥିବା ପ୍ଲାଷ୍ଟିକରେ ରକ୍ତ ଛିଟା ପଡ଼ିଛି। ପ୍ରପର୍ଟି ଡିଲରଙ୍କ ମୃତଦେହ ଡ୍ରାଇଭର ସିଟରେ, ତାଙ୍କ ସ୍ତ୍ରୀ ଆଗ ଯାତ୍ରୀ ସିଟରେ ଏବଂ ତାଙ୍କ ପୁଅ ପଛ ସିଟରେ ମିଳିଥିଲା।
ପ୍ରଥରେ କୃଷକମାନ ଗାଡ଼ିଟି ଦେଖିଲେ ଏବଂ କିଛି ଜାଣିନପାରି ପୁଲିସକୁ ଡାକିଲେ। ପୁଲିସ ଅଧିକାରୀ ରାଜପୁରା ମଞ୍ଜିତ ସିଂହ, ଅର୍ଶଦୀପ ଶର୍ମା, ହରଦେବ ସିଂହ, ଜସବିନ୍ଦର ପାଲ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳକୁ ଆସିଥିଲେ।

Leave A Reply

Your email address will not be published.