ଯୁବଶକ୍ତି ଆମ ବିକାଶ ରଥର ସାରଥି: ମୁଖ୍ୟମନ୍ତ୍ରୀ

youtube

ବ୍ରହ୍ମପୁର/ଭୁବନେଶ୍ବର: ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସିଛି। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଉଛି । ମାନନୀୟ ପ୍ରଧାନମନ୍ତ୍ରୀ ଏବେ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିଛନ୍ତି । ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ । ବର୍ତ୍ତମାନ ସୁଦ୍ଧା ଆମେ ପ୍ରାୟ ୨୮,୦୦୦ ରୁ ଅଧିକ ସରକାରୀ ପଦବୀ ପୂରଣ କରିଛୁ ଏବଂ ଶିଳ୍ପାୟନ ମାଧ୍ୟମରେ ଆମେ ଯୁବଶକ୍ତିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ଆଣିଛୁ । ଉତ୍କର୍ଷ ଓଡ଼ିଶା ୨୦୨୫ ଆୟୋଜନ ରାଜ୍ୟରେ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି । ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି।
ଏଥିପାଇଁ ଆମେ ୩୬ଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ଏହି ସବୁ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ତାର ଲକ୍ଷ୍ୟ ହାସଲ କରିବ ଏବଂ ଏଥିରେ ଆପଣ ମାନେ ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ୫,୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
ଯୁବଶକ୍ତି ହେଉଛନ୍ତି ଆମ ବିକାଶ ରଥର ସାରଥି। ଯୁବଶକ୍ତିଙ୍କ ମଧ୍ୟରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜ କଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ । ସେଥିପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିଙ୍କ ନିୟୋଜନକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ଅପାର ସୁଯୋଗ ସୃଷ୍ଟି କରୁଛନ୍ତି ।
ଯୁବବର୍ଗ ହେଉଛନ୍ତି ଆମ ସମାଜର ଶକ୍ତି, ସାମର୍ଥ୍ୟ ଓ ଭବିଷ୍ୟତ। ଆପଣମାନେ ହେଉଛନ୍ତି ଅସିମୀତ ଶକ୍ତିର ଭଣ୍ଡାର, ଆଜି ଯୁବଶକ୍ତି ସମାବେଶ ଅବସରରେ ରାଜ୍ୟର ଯୁବଶକ୍ତିଙ୍କୁ ମୋର ଶୁଭେଚ୍ଛା ଏବଂ ଅଭିନନ୍ଦନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶର ଯୁବ ସମାଜକୁ ବହୁ ଗୁରୁତ୍ୱ ଦିଅନ୍ତି । ସବୁ ସମ୍ଭାବନାର ମୂଳରେ ରହିଛି ଶିକ୍ଷା। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ବ୍ୟକ୍ତିଗତ ତଥା ସାମଗ୍ରିକ ବିକାଶ ସାଧିତ ହେବ। ତେଣୁ, ଆମ ସରକାର ଆସିବା ମାତ୍ରେ ନୂତନ ଜାତୀୟ ଶିକ୍ଷା ନୀତିକୁ ତୁରନ୍ତ ଲାଗୁ କଲେ। ଶିକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରାଥମିକ ଶିକ୍ଷା ହେଉଛି ଆମର ମୂଳଦୁଆ । ତେଣୁ ଆମ ସରକାର ପିଲାଙ୍କ ଗୁଣାତ୍ମକ ମୌଳିକ ଶିକ୍ଷାରେ ଉନ୍ନତି ଆଣିବା ପାଇଁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ଆରମ୍ଭ କରିବା ସହିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ କରିଛନ୍ତି। ଉଚ୍ଚ ଶିକ୍ଷାରେ ପିଏମ୍ ଉଷା ଯୋଜନା କାର୍ଯ୍ୟକାରୀ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମଣ୍ଡଳ କମିଶନର ଦୀର୍ଘ ୩୬ ବର୍ଷ ପରେ ଓଡ଼ିଶାର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ପିଲାମାନେ ନ୍ୟାୟ ପାଇଲେ। ସେମାନଙ୍କ ପାଇଁ ଆମେ ଉଚ୍ଚଶିକ୍ଷାରେ ସଂରକ୍ଷଣ ଲାଗୁ କରିଛୁ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ଦେଶର ଯୁବ ସମାଜକୁ ବହୁ ଗୁରୁତ୍ୱ ଦିଅନ୍ତି । ସବୁ ସମ୍ଭାବନାର ମୂଳରେ ରହିଛି ଶିକ୍ଷା। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ବ୍ୟକ୍ତିଗତ ତଥା ସାମଗ୍ରିକ ବିକାଶ ସାଧିତ ହେବ।
ବର୍ତ୍ତମାନ ସୁଦ୍ଧା ଆମେ ପ୍ରାୟ ୨୮,୦୦୦ ରୁ ଅଧିକ ସରକାରୀ ପଦବୀ ପୂରଣ କରିଛୁ ଏବଂ ଶିଳ୍ପାୟନ ମାଧ୍ୟମରେ ଆମେ ଯୁବଶକ୍ତିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ ଆଣିଛୁ । ଉତ୍କର୍ଷ ଓଡ଼ିଶା ୨୦୨୫ ଆୟୋଜନ ରାଜ୍ୟରେ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିଛି । ଓଡ଼ିଶା ଏବେ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି। ସେଥିପାଇଁ ଆମେ ଯୁବବର୍ଗଙ୍କ ଦକ୍ଷତା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରୁଛୁ।
ରାଜ୍ୟର ଆଇ.ଟି.ଆଇ ଗୁଡିକୁ ସୁଦୃଢ କରାଯିବା ସହିତ ୱାର୍ଲଡ ସ୍କିଲ ସେଣ୍ଟର କେନ୍ଦ୍ର ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଖୋଲାଯିବ। ସେମିକଣ୍ଡକ୍ଟର, ଏଆଇ, ଏରୋସ୍ପେଶ ଏହିପରି ଅନେକ ଆଧୁନିକ ସ୍କିଲ୍ ଟ୍ରେନିଂ ପାଇଁ ଆଇଟିଇଇଏସ ସିଙ୍ଗାପୁର ସହିତ ବୁଝାମଣା କରାଯାଇଛି। ଏହା ସହିତ ବିଭିନ୍ନ ପ୍ଲେସମେଣ୍ଟ ଲିଙ୍କ୍‌ଡ ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ଯୁବକଙ୍କୁ ତାଲିମ ଦିଆଯାଇଛି। ଦକ୍ଷତା କ୍ଷେତ୍ରରେ ଓଡ଼ିଶାର ଇକୋସିଷ୍ଟମକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍ ମଧ୍ୟ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.