ଇରାନରୁ ନିଜ ପାଇଲଟଙ୍କୁ ଫେରାଇ ଆଣ : ଇସ୍ରାଏଲକୁ କହିଲେ ଟ୍ରମ୍ପ

add-all

ଓ୍ବାସିଂଟନ : ଯୁଦ୍ଧ ବିରତି ସତ୍ତ୍ବେ ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରୁ ତାର ପାଇଲଟମାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ଇସ୍ରାଏଲକୁ ଚେତାବନୀ ଦେଇଛନ୍ତି।

ଟ୍ରମ୍ପ ଯୁଦ୍ଧବିରତି ଘୋଷଣା କରିବା ପରେ ମଧ୍ୟ, ଇସ୍ରାଏଲ ଅଭିଯୋଗ କରିଥିଲା ଯେ ଇରାନ ତା’ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ଏହା ପରେ ଇସ୍ରାଏଲ ମଧ୍ୟ ଇରାନ ଉପରେ ଆକ୍ରମଣ କରିବା ପାଇଁ ତା’ର ଲଢ଼ୁଆ ବିମାନ ପଠାଇଥିଲା। ଟ୍ରମ୍ପ କହିଥିଲେ ଯେ ଇରାନର ପରମାଣୁ କ୍ଷମତା ଶେଷ ହୋଇଯାଇଛି, ଏହା ଏବେ କେବେ ପରମାଣୁ ବୋମା ତିଆରି କରିପାରିବ ନାହିଁ। ସେ କହିଥିଲେ ଯେ ଏପରି ପରିସ୍ଥିତିରେ, ଇସ୍ରାଏଲ କିମ୍ବା ଇରାନ କେହି ଯୁଦ୍ଧବିରତି ଭଙ୍ଗ କରିବା ଉଚିତ୍ ନୁହେଁ।

ପୂର୍ବରୁ, ଇସ୍ରାଏଲ କହିଥିଲା ଯେ ଯୁଦ୍ଧବିରତି ଆରମ୍ଭ ହେବା ପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। କ୍ଷେପଣାସ୍ତ୍ର ଆକ୍ରମଣ ପରେ, ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ୍ ଇସ୍ରାଏଲୀ ସେନାକୁ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କାଟଜ୍ କହିଥିଲେ ଯେ ଯୁଦ୍ଧବିରତି ଲାଗୁ ହେବା ପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରି ସମ୍ପୂର୍ଣ୍ଣ ଭାବରେ ଯୁଦ୍ଧବିରତିର ସର୍ତ୍ତ ଉଲ୍ଲଂଘନ କରିଛି।

ad-week
Leave A Reply

Your email address will not be published.