
ଯାଜପୁର : ଗିରଫ ଭୟରେ ବିଷ ପିଇଦେଲେ । ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ମାମଲାରେ ବିଷ ପିଇ ଯୁବକଙ୍କ ଜୀବନ ହାରିବା ଉଦ୍ୟମ । ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ ଯାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ହେପାଜତରେ ଅନିଲର ଚିକିତ୍ସା ଚାଲିଛି । ଅସଦାଚରଣ ଅଭିଯୋଗକୁ ଖଣ୍ଡନ କରିଛି ଅଭିଯୁକ୍ତ ଅନିଲ । ଏଥିରେ ସମ୍ପୃକ୍ତ ଅନ୍ୟ ଜଣଙ୍କୁ ଏବେବି ଖୋଜୁଛି ପୋଲିସ ।
ସୂଚନା ଅନୁସାରେ ଯାଜପୁରର ଦଶରଥପୁର ଥାନା ଅଧୀନସ୍ତ ତରାଙ୍ଗ ସାଗରପୁର ଗ୍ରାମର ଯୁବତୀ ତାଙ୍କ ବାପାଙ୍କ ଶ୍ରାଦ୍ଧ ପ୍ରଦାନ ପାଇଁ ଆସିଥିବା ବେଳେ ତାଙ୍କ ସହ ଆସିଥିଲେ ତାଙ୍କ ଦିଲ୍ଲୀ ବାନ୍ଧବୀ । ଉଭୟ ଦିଲ୍ଲୀରେ ପାଠ ପଢ଼ୁଥିବା ବେଳେଯୁବତୀଙ୍କ ସହ ତାଙ୍କ ବାନ୍ଧବୀ ଓଡିଶା ବୁଲିବାକୁ ଆସିଥିଲେ । ଗତକାଲି (ଜୁନ ୨୩) ସନ୍ଧ୍ୟା ସମୟରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ ପାଇଁ ଆସିଥିଲେ ।
ଦର୍ଶନ ସାରି ବସ ଯୋଗେ ଘରକୁ ଫେଉଥିବା ବେଳେ ଭଦ୍ରକ ପଡିଆ ସିମେଣ୍ଟ ଗୋଡାଉନ ପାଖରେ ଦୁଇ ଯୁବତୀଙ୍କୁ ଅନିଲ ଜେନା ଏବଂ ନୀତେଶ ଜେନା ନାମକ ଦୁଇ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଦୁଇ ଯୁବକ ଯୁବତୀଙ୍କ ବାନ୍ଧବୀଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ର କୁ ଟଣା ଓଟରା କରଥିବା ଅଭିଯୋଗ ହେଇଛି । ଅଭିଯୋଗ ପରେ ଦଶରଥପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାତ୍ର ବର୍ତ୍ତମାନ ଅନିଲ ଜେନା ପୋଲିସ ହେପାଜତରେ ରହିଥିବା ବେଳେ ଅନ୍ୟ ଜଣଙ୍କୁ ଦଶରଥପୁର ପୋଲିସ ଧରି ନାହିଁ ।