ଆଠଗଡରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ

youtube

କଟକ: ପଞ୍ଚାୟତ ବୈଠକ ପୂର୍ବରୁ ଆଠଗଡ଼ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଢେଲାପଥର ମାଡ ହୋଇଛି। ଏଥିରେ ଅନେକ ପୋଲିସ୍ କର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ସମେତ ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ରୁ ଉର୍ଦ୍ଧ୍ୱ ଆଇଆଇସି ମୁତୟନ କରାଯାଇଛି।

ସୂଚନାଥାଉକି, ଆଜି ପଞ୍ଚାୟତ ବୈଠକରେ ଆଠଗଡ ବିଧାୟକ ଯୋଗଦେବାର ଥିଲା । ବିଧାୟକ ଯୋଗଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେବା ସହ ବ୍ଲକ ସମ୍ମୁଖରେ ହୋହଲ୍ଲା କରିଥିଲେ । ପରେ ପଥର ଓ ଅଣ୍ଡାମାଡ ହୋଇଥିଲା ।

ଉତ୍ତେଜନା ରୋକିବାକୁ ପୋଲିସ୍ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ବ୍ଲକ ପରିସରରେ ବିଏନଏସ୍‌ ୧୬୩ ଧାରା ଲାଗୁ କରାଯାଇଛି।

Leave A Reply

Your email address will not be published.