ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା-ଟମାଟୋ ମାଡ଼: କଂଗ୍ରେସ କର୍ମୀ ଅଟକ

youtube

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଛି ଯୁବ କଂଗ୍ରେସ। ବୁଧବାର ଶହ ଶହ କଂଗ୍ରେସ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଇସ୍ତାପ ଦାବି କରି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକାଇଥିଲା। ଫଳରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତିର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି। ଫଳରେ ଯୁବ କଂଗ୍ରେସ କର୍ମୀଙ୍କୁ ପୁଲିସ ଉଠାଇ ନେଇଛି।
ରାଜ୍ୟରେ ନାରୀମାନଙ୍କ ଉପରେ ନିର୍ଯାତନା ବଢିଚାଲିଥିବାବେଳେ ସରକାର ନିରବଦ୍ରଷ୍ଟା ପାଲଟିଛନ୍ତି। ଦଳିତଙ୍କୁ ମାଡ ମରାଯାଉଛି, ତାଙ୍କୁ ଲଣ୍ଡା କରାଯାଇ ରାଜରାସ୍ତାରେ ଚଲାଉଛନ୍ତି। ରାଜ୍ୟରେ ଗଣତନ୍ତ୍ର ଅଛି କି ନାହିଁ ବୋଲି ପ୍ରଶ୍ନ କରିଛି ଯୁବ କଂଗ୍ରେସ। ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତାପ ଦିଅନ୍ତୁ, ନଚେତ ଆଗାମୀ ଦିନରେ ବିରୋଧକୁ ଅଧିକ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି କଂଗ୍ରେସ। ରାଜ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଗସ୍ତ କରିବେ ସେଠାରେ ତାଙ୍କୁ ବିରୋଧ କରାଯିବ ବୋଲି ମଧ୍ୟ ଯୁବ କଂଗ୍ରେସ ଚେତାବନୀ ଦେଇଛି। ଏହା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା ବୋଲି କଂଗ୍ରେସ କର୍ମୀମାନେ ଆଜି ନାରାବାଜି କରିଥିଲେ।
ଗଂଜାମ ଜିଲ୍ଲା ଗୋପାଳପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ସାରା ରାଜ୍ୟରେ ପ୍ରତ୍ୟେକ ଦିନ ମହିଳାଙ୍କ ପ୍ରତି ବଢୁଥିବା ନିର୍ଯାତନା ପ୍ରତିବାଦରେ ଆଜି ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଛାତ୍ର ଓ ଯୁବ ବିଜେଡ଼ି ପକ୍ଷରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଆନ୍ଦୋଳନ କରାଯାଇଛି।

Leave A Reply

Your email address will not be published.