

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣ ରେ ନକଲି ବିଦେଶୀ ଓ ଦେଶୀ ମଦର ବନ୍ୟା ବୋଲି ଗତ ଶନିବାର ଦିନ ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ଆଜି ବ୍ରହ୍ମପୁରରୁ ରୁ ବେଗୁନିଆପଡା କୁ ଚାଲାଣ ହେଉଥିବା ବେଳେ କଞ୍ଚଣା ନିକଟରୁ ଏକ କାରରୁ ୯୪ ବୋତଲ ପୋଲିସ ହୋମିଓ ପ୍ୟାଥିକ ସ୍ପିରିଟ ଜବତ କରିଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ସରକାରୀ ଦେଶୀ ମଦ ଭାଟି ରେ ମହୁଲ ଦ୍ୱାରା ମଦ ପ୍ରସ୍ତୁତ ହେଉଥିବା କାଗଜ କଲମରେ ସୀମିତ ରହିଛି। ମହୁଲ ମଦ ନାଁ ରେ ସ୍ୱଳ୍ପ ସମୟରେ ପୋଚ ପ୍ରସ୍ତୁତ କରିବା ପାଇଁ ଗୁଡ଼, ରାଜାପିଢ଼ିଆ ସାଙ୍ଗକୁ ଅନ୍ୟ କିଛି ରାସାୟନିକ ପଦାର୍ଥ ମିଶ୍ରଣ ହୋଇ ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ରୀତିମତ ହୋଇଆସୁଛି। ନକଲି ବିଦେଶୀ ମଦ ପ୍ରସ୍ତୁତ ବେଳେ ହୋମିଓ ପ୍ୟାଥିକ ସ୍ପିରିଟ ରେ ବିଭିନ୍ନ ପ୍ରକାର ର ଫ୍ଲେବର ବା ସୁଗନ୍ଧ ମିଶ୍ରଣ କରି ବିଦେଶୀ ମଦ ପ୍ରସ୍ତୁତ କରାଯାଉଛି। ତାହାର ନଗ୍ନ ନମୁନା ଆଜି ବେଗୁନିଆ ପଡା ପୋଲିସ ପର୍ଦ୍ଧାଫାସ କରିଛି। ନିସର୍ତ୍ତ ରେ ରୀତିମତ ନକଲି ଦେଶୀ ଓ ବିଦେଶ ମଦ ପ୍ରସ୍ତୁତ ସମ୍ପର୍କ ରେ ଖବର ପ୍ରକାଶ ହେଉଛି। ଚିକିଟି ମଦ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ଆଉ ଗୋଟେ ମଦ ମୃତ୍ୟୁକୁ ଅପେକ୍ଷା କରିଛି କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ରାଜନୈତିକ ନେତାଙ୍କ ଛତ୍ର ଛାୟା ତଳେ ରହି ମଦ ମାଫିଆ ମାନେ ସେମାନଙ୍କ ସାମ୍ରାଜ୍ୟ ଦିନକୁ ଦିନ ବଢ଼େଇ ବାରେ ଲାଗିଥିବା ଆଲୋଚନା ହେଉଛି।ପ୍ରତ୍ୟେକ ସଭା ସମିତିରେ ଏହି କଳା ଟଙ୍କା ପାଣି ଭଳି ଖର୍ଚ୍ଚ କରଯାଉଛି। ଆଜି ସୁଦ୍ଧା ବେଆଇନ ଦେଶୀ ମଦ ପ୍ରସ୍ତୁତ ହେଉଥିବା ପୋଚର ମାନକୁ ଟେଷ୍ଟିଙ୍ଗ କରାଯାଇନାହିଁ। ଯାହାକି ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଛି ପ୍ରଶାସନ କହିଲେ କିଛି ବି ଭୁଲ ହେବ ନାହିଁ l ସୂଚନା ଥାଉକି ଏଭଳି ଗଞ୍ଜାମ ଜିଲ୍ଲାର ଅନେକ ମଦ ମାଫିଆ ଏହିଭଳି ବିଷାକ୍ତ ମଦ ପ୍ରସ୍ତୁତି କରିବାରେ ସ୍ପିରିଟ ଓ ୟୁରିଆ ବ୍ୟବହାର କରୁଥିବା ଅଭିଯୋଗ ଆସୁଛି l ମୁଖ୍ୟତଃ ଆସିକା ଅଞ୍ଚଳ ରେ ଏହା ବହୁଳ ଭାବରେ ବ୍ୟବହୃତ ହେଉଥିବା କୁ ନେଇ ଅଭିଯୋଗ ଆସୁଛି ଏବଂ ଏହିଭଳି ବିଷାକ୍ତ ମଦକୁ ନୟାଗଡ ଜିଲ୍ଲା କୁ ଚାଲାଣ ହେଉଛି ବୋଲି ବି ନୟାଗଡ ପୋଲିସ ସୂତ୍ରରୁ ଖବର ଆସୁଛି l ତେଣୁ ଜିଲ୍ଲା ପୋଲିସ ଏବଂ ଅବକାରୀ ବିଭାଗ ଧ୍ୟାନ ଦେବାକୁ ସାଧାରଣ ରେ ଦାବୀ ହେଉଛି l ମାଫିଆ ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିରୀହ ଜୀବନ ପ୍ରତି ଖେଳୁଆଳ ନହେଉ l