ଶିରଡ଼ି ସାଇବାବା ମନ୍ଦିର ଦର୍ଶନ ପାଇଁ ନୂଆ ନିୟମ

add-all

ଶିରଡି : ମହାରାଷ୍ଟ୍ରର ଶିରିଡିରେ ଥିବା ସାଇ ବାବାଙ୍କ ଦରବାରରେ ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥାନ୍ତି ସାଧାରଣ ଭକ୍ତ ଓ ଭିଆଇପି ଭକ୍ତ । ତେବେ ଅନେକ ସମୟରେ ଭିଆଇପି ଓ ଭିଭିଆଇପି ଭକ୍ତଙ୍କ ପାଇଁ ସାଧାରଣ ଲୋକମାନେ କିଛିଟା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏବେ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛି ମନ୍ଦିର ଟ୍ରଷ୍ଟ ।
ନୂଆ ବ୍ୟବସ୍ଥା ଅନୁସାରେ ସାଇ ମନ୍ଦିରରେ ବ୍ରେକ୍ ଦର୍ଶନ ଆରମ୍ଭ ହେଉଛି, ଯାହା ସାଧାରଣ ଦର୍ଶନ ଧାଡିରେ ଠିଆ ହୋଇଥିବା ଭକ୍ତମାନଙ୍କୁ ଲାଭ ଦେବ। ସାଇ ବାବା ସଂସ୍ଥାନ ନିଷ୍ପତ୍ତି ନେଇଛି ଯେ ଭିଡ଼ ମଧ୍ୟରେ ଏକ ଉପଯୁକ୍ତ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ବ୍ରେକ୍ ଦର୍ଶନ ଆରମ୍ଭ କରାଯିବ। ଏଥିରେ ଭିଆଇପି ଏବଂ ଭିଭିଆଇପିଙ୍କ ପାଇଁ ଦର୍ଶନ ସୁବିଧାର ସମୟ ସ୍ଥିର କରାଯିବ, ଯଦ୍ବାରା ସାଧାରଣ ଶ୍ରଦ୍ଧାଳୁ ସମସ୍ୟାରେ ପଡ଼ିବେ ନାହିଁ। ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ବର୍ତ୍ତମାନର ସିଇଓ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ଗୋରକ୍ଷ ଗାଧିଲକର ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
ଗାଧିଲକର କହିଛନ୍ତି ଯେ ସାଇ ମନ୍ଦିର ପରିଦର୍ଶନ କରୁଥିବା ଲୋକଙ୍କ ମଧ୍ୟରେ ଭିଆଇପି ଏବଂ ଭିଭିଆଇପି ଭକ୍ତ ମଧ୍ୟ ଅଛନ୍ତି। ସାରା ଦିନ ଭିଆଇପି ସାଇ ଭକ୍ତଙ୍କ ପାଇଁ ଦର୍ଶନର ବ୍ୟବସ୍ଥା ମଧ୍ୟ ରହିଥାଏ। ଭିଆଇପି ଦର୍ଶନ ସମୟରେ ସାଧାରଣ ଦର୍ଶନ ପାଇଁ ଭକ୍ତଙ୍କ ଧାଡି ବନ୍ଦ କରିବାକୁ ପଡ଼ିଥାଏ। ଏହି ଭକ୍ତମାନେ ଦୁଇ-ତିନି ଘଣ୍ଟା ଅପେକ୍ଷା କରନ୍ତି, ଯାହା ଫଳରେ ସେମାନେ ଠିକ୍ ଭାବରେ ଦର୍ଶନ କରିପାରନ୍ତି ନାହିଁ। ନୂଆ ବ୍ରେକ୍ ନିୟମ ଅନୁସାରେ ଭିଆଇପି ଭକ୍ତମାନେ ସକାଳ ୯ଟାରୁ ୧୦ଟା, ଅପରାହ୍ନ ୨:୩୦ ରୁ ୩:୩୦ ଏବଂ ରାତି ୮ଟାରୁ ୮:୩୦ ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଏହି ସମୟ ମଧ୍ୟରେ ସାଧାରଣ ଦର୍ଶନ ଲାଗି ଧାଡି ଜାରି ରହିବ। ତେବେ ଭିଭିଆଇପି ଏବଂ ଦାନ କରୁଥିବା ଭକ୍ତମାନଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି। ଏହି ଭକ୍ତମାନଙ୍କୁ ‘ବ୍ରେକ୍ ଦର୍ଶନ’ରୁ ମୁକ୍ତ କରାଯିବ।

ad-week
Leave A Reply

Your email address will not be published.