ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କଲେ ଯବାନ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ନକ୍ସଲଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି। ବିଜାପୁର ଜିଲ୍ଲାର ନେଲସନାର ଥାନା ଅଂଚଳରେ ଥିବା ଇନ୍ଦ୍ରାବତୀ ନଦୀ କୂଳରେ ଥିବା ଗ୍ରାମ ବାଙ୍ଗୋଲି ଗ୍ରାମ ନିକଟରେ ଯବାନମାନେ କମ୍ବିଂ ଅପରେସନ୍‌ରେ ଥିଲେ। ଏହି ଗ୍ରାମ ଠାରେ ରହିଥିବା ଏକ ୧୫ ଫୁଟ ଉଚ୍ଚର ଏକ ବିଶାଳ ସହିଦସ୍ତମ୍ଭକୁ ଦେଖିବା ପରେ ତାକୁ ତୁରନ୍ତ ଧ୍ବଂସ କରିଥିଲେ।
ନକ୍ସଲ ଗାଁ ଗାଁରେ ଏଭଳି ସହିଦସ୍ତମ୍ଭ ନିର୍ମାଣ କରି ସେମାନଙ୍କର ନିୟମ କାନୁନକୁ ପ୍ରଚାର ପ୍ରସାର କରୁଥିଲେ। ଗ୍ରାମବାସୀ ଏହି ସହିଦସ୍ତମ୍ଭକୁ ଯବାନଙ୍କ ଦ୍ବାରା ଭଙ୍ଗାଯିବା ପରେ ନିଃଶ୍ବାସ ମାରିଛନ୍ତି। ଭୟ ଓ ଆତଙ୍କରେ ରହୁଥିବା ଗ୍ରାମବାସୀଙ୍କୁ ଯବାନ ଆଶ୍ବାସନା ଦେବା ସହ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଭଳି ବହୁ ସହିଦସ୍ତମ୍ଭକୁ ଯବାନ ଏହି ଅଂଚଳରୁ ନଷ୍ଟ କରି ନକ୍ସଲଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି।

ad-week
Leave A Reply

Your email address will not be published.