ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

add-all

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି। ରତ୍ନ ସିଂହାସନ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ଘରକୁ ଯାଇଛନ୍ତି ମହାବାହୁ।

ଏହାରି ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଶୃଙ୍ଖଳିତ ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି।

ସୂଚନା ଅନୁଯାୟୀ, ବିଶେଷଜ୍ଞମାନଙ୍କୁ ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି କାମ କରାଯିବ। ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି କରିବା ଯୋଜନା ରହିଥିବା ବେଳେ ଏଥିପାଇଁ ବର୍ମାଟିକ୍‌ କାଠର ବ୍ୟବହାର କରାଯିବ।

ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଏଏସ୍‌ଆଇ ଅଧିକାରୀଙ୍କ ଆଲୋଚନା ଚାଲିଥିବା ଜଣାପଡିଛି।

ad-week
Leave A Reply

Your email address will not be published.