ନାବାଳିକା ୟୁଟ୍ୟୁବରଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ

add-all

ଜଣେ ୧୭ ବର୍ଷୀୟା ନାବାଳିକା ୟୁଟ୍ୟୁବରଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କ ସହିତ ଭିଡିଓ ଶୁଟ୍‌ କରୁଥିବା ଯୁବକ ହିଁ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉତ୍ତରପ୍ରଦେଶର ଗୋରଖପୁର ଅନ୍ତର୍ଗତ ଖୋରାବର ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ନାବାଳିକା ୟୁଟ୍ୟୁବର ଭିନ୍ନ ଭିନ୍ନ ଭିଡିଓ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବରେ ପୋଷ୍ଟ କରନ୍ତି। ନିକଟରେ ସେ ଏକ କ୍ଲବକୁ କିଛି ଭିଡିଓ ଶୁଟ୍ କରିବାକୁ ଯାଇଥିଲେ। ତାଙ୍କ ସାଥିରେ ଭିଡିଓ ଶୁଟ୍ କରିବା ପାଇଁ ଜ​‌ଣେ ବ୍ଲଗର ମଧ୍ୟ ରହିଥିଲେ। ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭିଡିଓ ଶୁଟିଂ ହୋଇଥିଲା। ଏହା ପରେ ବ୍ଲଗର ଜଣକ ନାବାଳିକାଙ୍କୁ ମୃଦୁ ପାନୀୟ ପିଇବାକୁ ଦେଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ମୃଦୁ ପାନୀୟ ପିଇବା ପରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ଏକ ହୋଟେଲ ରୁମକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଅଭିଯୁକ୍ତର ଅନ୍ୟ ୨ ସହଯୋଗୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରି ପୁଲିସ ସେମାନଙ୍କୁ ଖୋଜୁଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.